ଇସ୍ରାଏଲ ର ପାଲେଷ୍ଟାଇନ ଉପରେ ବର୍ବରତା ଆକ୍ରମଣ ବିରୁଦ୍ଧରେ ପ୍ରତିବାଦ

0
49
ଇସ୍ରାଏଲ ର ପାଲେଷ୍ଟାଇନ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୭/୧୧) : ଆଜି ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ବନ୍ଦ କୁ ନେଇ , ସି ପି ଆଇ (ଏମ ଏଲ) ଲିବରେସନ ତରଫରୁ ଗୁଣପୁର ନୁଆଁ ବସଷ୍ଟାଣ୍ଡ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଗୁଣପୁର ପୁରୁଣା ବସଷ୍ଟାଣ୍ଡ ଠାରେ ଏକ ପ୍ରତିବାଦ ସଭା କରାଯାଇଥିଲା ।Whatsapp Image 2023 11 07 At 12.53.42 (1)

ଇସ୍ରାଏଲ ଦୀର୍ଘ ଏକ ମାସ ଧରି ଗାଜାପଟି ଓ ପାଲେଷ୍ଟାଇନ ସାଧାରଣ ଜନତାଙ୍କ ଉପରେ ଯେପରି ଭାବରେ ପ୍ରତିଶୋଧ ପରାୟଣ ହୋଇ ଆକ୍ରମଣ କରୁଛି ତୁରନ୍ତ ଯୁଦ୍ଧ ବନ୍ଦ କରି ଶାନ୍ତି ପ୍ରତିଷ୍ଠା କରିବାକୁ, ସିପିଆଇ (ଏମଏଲ) ଲିବରେସନ ଓ ଏଆଇସିସିଟିୟୁ (ଏକଟୁ) ପକ୍ଷରୁ ଦାବି କରିବାସହ ଦୃଢ଼ ପ୍ରତିବାଦ କରାଯାଇଛି । ଏକ ମାସ ମଧ୍ୟରେ ୧୦୦୦୦ଲୋକ ନିହତ ହୋଇଥିବାବେଳେ ୪୦୦୦ ରୁ ଉର୍ଦ୍ଧ ଶିଶୁ ମୃତ୍ୟୁ ର ଶିକାର ହୋଇଛନ୍ତି । ଏପରିକି ଗାଜାରେ ରିଲିଫ ସାମଗ୍ରୀ ପହଞ୍ଚାଇବା ରେ ମଧ୍ୟ ବାଧା ସୃଷ୍ଟି ହେଉଛି ।

ରାଜନୈତିକ ଆଲୋଚନା ମାଧ୍ୟମରେ ଏହି ସମସ୍ୟାକୁ ସମାଧାନ କରିବାକୁ ହେବ ବୋଲି ସିପିଆଇ (ଏମଏଲ) ଲିବରେସନ ଜିଲ୍ଲା ସମ୍ପାଦକ ତିରୁପତି ଗମାଙ୍ଗ କହିଛନ୍ତି । ଅନ୍ୟ ପକ୍ଷରେ ବିଜୁଳି,ପାଣି ଲାଗି ସାଧାରଣ ଜନତା ହଇରାଣ ହେଉଛନ୍ତି, ଲକ୍ଷ୍ୟ ଲକ୍ଷ୍ୟ ଲୋକ ବିସ୍ଥାପିତ ହୋଇ ପଡୋଶୀ ଦେଶକୁ ପଳାଇଛନ୍ତି । ଡାକ୍ତର ଖାନା ଉପରେ ଆକ୍ରମଣ କରାଯାଉଛି ଯାହା ଏକ ଅମାନବୀୟ ଘଟଣା, ଏହାକୁ ନିନ୍ଦା କରାଯାଇଛି । ଆଜିର ଏହି ପ୍ରତିବାଦ ସଭାକୁ ତ୍ରିପତି ଗମାଙ୍ଗ ପରିଚାଳନା କରିଥିବା ବେଳେ ଅନାସିମ ଶବ, ମିନ ଶବର, ଗଣେଶ ଶବର, ରାଇନା ଶବର, ନିରଞ୍ଜନ ଶବର, ପିଙ୍କି ଶବର ପ୍ରମୁଖ ସହଯୋଗ କରିଥିଲେ ।