ଲମତାପୁଟରେ ବେଆଇନ୍‌ ଭାବେ ଚାଲିଥିଲା ଗୁଟ୍‌ଖା କାରଖାନା

0
61
ଲମତାପୁଟରେ ବେଆଇନ୍‌

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୋରାପୁଟ, (୦୭/୧୧) : ବେଆଇନ୍‌ ଭାବେ ଚାଲୁଥିଲା ଗୁଟ୍‌ଖା କମ୍ପାନୀ। ଏମିତି ଖବର କଟକ, ଭୁବନେଶ୍ୱର ପରି ବଡ଼ ବଡ଼ ଟାଉନ୍‌ରେ ପୂର୍ବରୁ ଶୁଣିବାକୁ ମିଳୁଥିଲା ।

ହେଲେ ଆଜି କୋରାପୁଟ୍‌ ଜିଲ୍ଲା ଲମତାପୁଟରେ ଦେଖିବାକୁ ମିଳିଛି ବିଚିତ୍ର ଚିତ୍ର । ଦିନେ ଯେଉଁ ଅଞ୍ଚଳ ନକ୍ସଲ ପ୍ରବଣ ଭାବେ ପରିଚିତ ଥିବା, ସେଠି ଆଜି ବେଆଇନ୍‌ ଭାବେ ଗୁଟ୍‌ଖା କମ୍ପାନୀ ଚାଲୁଥିଲା । ପୁଲିସ୍‌ ଚଢ଼ଉ କରି ପର୍ଯ୍ୟାପ୍ତ ପରିମାଣର ଗୁଟ୍‌ଖା ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି । ଲମତାପୁଟରେ ବେଆଇନ୍‌ ଚାଲିଥିଲା ଗୁଟ୍‌ଖା କମ୍ପାନୀ । କୋରାପୁଟ ଏସ୍‌ପିଙ୍କ ନିର୍ଦ୍ଦେଶରେ ସୁନାବେଡା, ନନ୍ଦପୁର ଓ ମାଛକୁଣ୍ଡ ଥାନା ପୁଲିସ୍‌ ମିଳିତ ଭାବେ ଚଢ଼ଉ କରିଥିଲା । ଚଢ଼ଉ ବେଳେ ପୁଲିସ୍‌ ନଗଦ ୮ ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିଲା ।

ଏଥିସହ ୫୦ ରୁ ଅଧିକ ଗୁଟ୍‌ଖା ପେକିଂ ବସ୍ତା ଓ ୭ଟି ଗୁଟ୍‌ଖା ତିଆରି ମେସିନ ଜବତ କରିଛି । ବେଆଇନ୍‌ ଭାବେ ଗୁଟ୍‌ଖା କମ୍ପାନୀ ଚଲାଇବା ଅଭିଯୋଗରେ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢଉ କରି ୩ ଜଣଙ୍କୁ ପୁଲିସ ଗିରଫ କରିଛି । କେତେ ଦିନ ଧରି ବେଆଇନ୍‌ ଭାବେ ଗୁଟ୍‌ଖା କାରଖାନା ଚାଲିଥିଲା, ତାହା ଜଣାପଡ଼ି ନାହିଁ । ପୁଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି । ଏ ନେଇ ସୂଚନା ଦେଇଛନ୍ତି ନନ୍ଦପୁର ଏସ୍‌ଡିପିଓ ସଞ୍ଜୟ ମହାପାତ୍ର ।