ଓଭର ବ୍ରିଜ ତଳକୁ ଖସିଲା ଲୁହା ପଥର ବୋଝେଇ ଟ୍ରକ୍

2
50
ଓଭର ବ୍ରିଜ ତଳକୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୦୮/୧୧) : ଓଭର ବ୍ରିଜ ତଳକୁ ଖସିଲା ଲୁହା ପଥର ବୋଝେଇ ଟ୍ରକ୍ । ଗାଡ଼ି ତଳେ ଚାପି ହୋଇ ଡ୍ରାଇଭରର ମୃତ୍ୟୁ ଘଟିଛି । କେନ୍ଦୁଝର ଜିଲ୍ଲା ସାଳପଡ଼ା ଓଭର ବ୍ରିଜରେ ଏହି ଦୁର୍ଘଟଣା ଘଟିଛି ।

ଆଜି ସକାଳେ ଲୁହା ବୋଝେଇ ଟ୍ରକଟି କେନ୍ଦୁଝରରୁ ପାରାଦୀପ ଅଭିମୁଖେ ଯାଉଥିଲା । ସାଳପଡ଼ା ଓଭର ବ୍ରିଜ ନିକଟରେ ଟ୍ରକଟି ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡ଼ିଥିଲା । ଡ୍ରାଇଭର ଗାଡ଼ି ଚକା ତଳେ ଚାପି ହୋଇ ଯାଇ ମୃତ୍ୟୁ ଘଟିଥିଲା । ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତ ଡ୍ରାଇଭରକୁ କଟର ସାହାଯ୍ୟରେ କାଟି ବାହାର କରିବାକୁ ଚେଷ୍ଟା କରୁଛନ୍ତି । ଏହି ଓଭର ବ୍ରିଜରେ ପ୍ରତିଦିନ ଦୁର୍ଘଟଣା ଘଟୁଛି । ସାତ ଦିନ ମଧ୍ୟରେ ଏହି ଓଭର ବ୍ରିଜରେ ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି ।

2 COMMENTS

Comments are closed.