କୋଟସମଲାଇ ହାଇସ୍କୁଲ ରେ ସ୍କାଉଟ-ଗାଇଡ ପ୍ରତିଷ୍ଠା ଦିବସ ପାଳିତ

0
41
କୋଟସମଲାଇ ହାଇସ୍କୁଲ

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୭/୧୧) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ଶ୍ରୀ ଜଗନ୍ନାଥ ଏକାଡେମୀ 5T ହାଇସ୍କୁଲ ରେ ବିଦ୍ୟାଳୟ ସ୍ତରୀୟ ସ୍କାଉଟ ଓ ଗାଇଡ ର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।

ଏହି ଆୟୋଜିତ କାର୍ଯ୍ୟକ୍ରମ କୁ ପିଇଟି ସାନ ଡାଙ୍ଗ ଓ ହିନ୍ଦୀ ଶିକ୍ଷକ ଅନିରୁଦ୍ଧ ପାଢୀ ସଂଯୋଜନା କରିଥିଲେ । ଏହି ଅବସରରେ ପ୍ରଧାନ ଶିକ୍ଷୟିତ୍ରୀ ଶୋଭାଶିନୀ ମିଶ୍ର ଛାତ୍ର ଛାତ୍ରୀ ଜୀବନରେ ସ୍କାଉଟ ଓ ଗାଇଡ ର ମହତ୍ତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରିବା ସହ ବିଦ୍ୟାଳୟ ପରିବେଶ ସଫେଇ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ଶିକ୍ଷକ ସୁଧିର କୁମାର ହୋତା, ପ୍ରଫୁଲ୍ଲ ସାହୁ ଓ ଜ୍ଞାନପ୍ରକାଶ ଟପନୋ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ଶେଷ ରେ ଶିକ୍ଷକ ଶଙ୍ଖସିନ୍ଧୁ ପୁରୋହିତ ଧନ୍ୟବାଦ ଅର୍ପଣ ଦେଇଥିଲେ ।