ହାତୀ ଲାଙ୍ଗୁଡ଼ ଟାଣି ବନ୍ଧା ହେଲେ ଯୁବକ

0
39
ହାତୀ ଲାଙ୍ଗୁଡ଼

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଅନୁଗୁଳ, (୦୮/୧୧) : ହାତୀ ଲାଙ୍ଗୁଡ଼ ଟାଣିବା ପଡ଼ିଲା ମହଙ୍ଗା । ଯୁବକ କୁ ଗିରଫ କଲା ବନ ବିଭାଗ । ବନ୍ୟଜନ୍ତୁଙ୍କୁ ଉତ୍ତେଜିତ କରିବା ଅଭିଯୋଗରେ ବନବିଭାଗ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଗତ କିଛି ମାସ ତଳେ ଅନୁଗୋଳ ବଅଁରପାଳ ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀକୁ ତୁଳସୀପାଳ ଗ୍ରାମର କିଛି ଯୁବକ ଉତ୍ତେଜିତ କରୁଥିଲେ । ସେଥି ମଧ୍ୟରୁ ଜଣେ ଯୁବକ ହାତୀର ଲାଙ୍ଗୁଡ ଟାଣି ଦୌଡ଼ି ପଳାଇ ଯାଉଥିଲା । ଥରେ ନୁହେଁ ବାରମ୍ବାର ଏପରି କରିବା ଦ୍ୱାରା ହାତୀ ଉତ୍ତେଜିତ ହୋଇ ଏତେତେଣେ ଦଉଡୁ ଥିଲା । ଯୁବକମାନଙ୍କୁ ମଧ୍ୟ ଗୋଡ଼ାଉ ଥିଲା । ଘଟଣାସ୍ଥଳରେ ଥିବା ଜଣେ ଯୁବକ କ୍ୟାମେରାରେ ଏହାର ଭିଡିଓ ଉତ୍ତୋଳନ କରୁଥିଲେ । ପରେ ଏହି ସମୟର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ବନ ବିଭାଗ ପକ୍ଷରୁ ତଦନ୍ତ କରାଯାଇଥିଲା । ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ଗିରଫ କରାଯାଇଥିଲା । ବନ୍ୟଜନ୍ତୁଙ୍କୁ କୌଣସି ପ୍ରକାରରେ ହଇରାଣ କରିବା ଉଚିତ୍ ନୁହେଁ । ଏହା ଅପରାଧ ଓ ଏଥିପାଇଁ କଡ଼ା ଦଣ୍ଡବିଧାନ ରହିଛି ।