କୁରାଢ଼ିରେ ହାଣିଦେଲେ ଯୁବକ; ଜଣେ ମୃତ, ଜଣେ ଗୁରୁତର

1
53
କୁରାଢ଼ିରେ ହାଣିଦେଲେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଜଗତସିଂହପୁର, (୦୮/୧୧ ) : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଧୀନ ଭିତରଣାରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ।

ଜଣେ ଯୁବକଙ୍କ ମରଣାନ୍ତକ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇ ପଡ଼ିଛନ୍ତି । ଆକ୍ରମଣର କାରଣ ଜଣାପଡ଼ିନି । ମୃତକ ତଥା ଗୁରୁତରଙ୍କ ପରିଚୟ ମିଳି ପାରିନି । ଭିତରଣାର ଜଣେ ଯୁବକ ଏହି ଆକ୍ରମଣ ଘଟାଇଥିବା ବେଳେ ପୂର୍ବରୁ ତାଙ୍କ ନାଁରେ ଅପରାଧିକ ମାମଲା ରହିଛି । ଆକ୍ରମଣକାରୀ ଜଣକ ଏକ କୁରାଢ଼ି ସାହାଯ୍ୟରେ ଦୁଇ ଜଣଙ୍କୁ ହାଣି ପକାଇଥିଲା । ପ୍ରବଳ ରକ୍ତସ୍ରାବ ହେତୁ ଛଟପଟ ହୋଇ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିଲା । ଗୁରୁତର ଅବସ୍ଥାରେ ଅନ୍ୟ ଜଣଙ୍କୁ ଜଗତସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରି ନଥିବା ଜଣାଯାଇଛି ।

1 COMMENT

Comments are closed.