ଆଓ ନେକ୍ସ୍ଟ ରେ ଆରମ୍ଭ ହେଲା ଆଓ ମ୍ୟୁଜିକ୍ ଯାହାର ଶୁଭାରମ୍ଭ ହେବ ‘ମୁଁ ନିଆଁ’

1
43
ଆଓ ନେକ୍ସ୍ଟ ରେ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଭୁବନେଶ୍ଵର, (୦୮/୧୧) : ପୂର୍ବ ଭାରତର ଲୋକପ୍ରିୟ ଓ ପ୍ରିମିୟର୍ ଓଭର-ଦି-ଟପ୍ (ଓଟିଟି) ଷ୍ଟ୍ରିମିଂ ପ୍ଲାଟଫର୍ମ ଆଓ ନେକ୍ସ୍ଟର ଫିଲ୍ମ ଓ ୱେବ ସିରୀଜର ସଫଳତା ପରେ ଆଓ ନେକ୍ସ୍ଟ ଟିମ୍ ଆରମ୍ଭ କରିଛି ଆଓ ମ୍ୟୁଜିକ୍ ନାମକ ଏକ ଭର୍ଟିକାଲ୍ ମ୍ୟୁଜିକ୍ ଯାହାର ଶୁଭାରମ୍ଭ ‘ମୁଁ ନିଆଁ’ ଶିର୍ଷକ ଏକ ଗୀତର ସହିତ ହେବ ।

ଏହି ଗୀତ ମାଧ୍ୟମରେ ଆଓ ମ୍ୟୁଜିକ୍ ଲଞ୍ଚ କରିଛି ଅରୁନ୍ଧତୀ ଗଡନାଏକଙ୍କୁ, ଯିଏ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ, ଡ୍ୟାନ୍ସ ଦିୱାନେ ପରି ଜାତୀୟ ସ୍ତରର ଲୋକପ୍ରିୟ ପ୍ରତିଯୋଗିତାରେ ଭାଗ ନେଇ ନିଜର ଖ୍ୟାତି ଅର୍ଜନ କରିଛନ୍ତି । ଏହି ଗୀତଟିକୁ ରାଜା ଦି ନିର୍ଦ୍ଦେଶନା ଦେଇଛନ୍ତି ଯାହା ଆସନ୍ତି ଦୀପାବଳୀରେ ମୁକ୍ତିଲାଭ କରିବ କେବଳ ଆଓ ମ୍ୟୁଜିକ୍ ରେ ଯେଉଁଥିରେ ଆପଣ ମାନେ ଦେଖିବେ ପ୍ରଥମ ଥର ପାଇଁ ଓଡ଼ିଶାର କଳାହାଣ୍ଡି କଟାପ୍ପା ନୃତ୍ୟଶିଳ୍ପୀ, ସୁଶୀଲ ଓ ଅରୁନ୍ଧତୀଙ୍କୁ, ଆଓ ନେକ୍ସ୍ଟ ର ପ୍ରତିଷ୍ଠାତା ତଥା ସିଇଓ କୌଶିକ ଦାସ ଓ ରାମ ପଟ୍ଟନାୟକଙ୍କ ପ୍ରଯୋଜିତ ଏହି ପେପି ସଙ୍ଗୀତ ‘ମୁଁ ନିଆଁ’ ର ସଙ୍ଗୀତ ନିର୍ଦେଶନା ଦେଇଛନ୍ତି ଅନୁରାଗ ପଟ୍ଟନାୟକ ଓ ସ୍ବର ଦେଇଛନ୍ତି ଅନ୍ତରା ଚକ୍ରବର୍ତୀ । ଆଓ ନେକ୍ସ୍ଟ ସବୁବେଳେ ଓଡ଼ିଶାର ଲୋକକଳା ଓ ପ୍ରତିଭାଙ୍କୁ ଆଗକୁ ଆଣିବାକୁ ଚେଷ୍ଟା କରିଛି ଆଓ ମ୍ୟୁଜିକ୍ ହେଉଛି ଏହାର ଆଊ ଏକ ଉଦାହରଣ । ଆଓ ନେକ୍ସ୍ଟ ର ଏହି ପ୍ଲାଟଫର୍ମକୁ ଓଡ଼ିଶାରେ ନିଶ୍ଚିତ ଭଲ ପାଇବା ମିଳିବ ବୋଲି ଆଓ ନେକ୍ସ୍ଟ ଟିମ୍ ଆଶା ପ୍ରକାଶ କରିଛି ।

1 COMMENT

Comments are closed.