ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ରାୟଗଡା ଦ୍ବାରା ରାଷ୍ଟ୍ରିୟ ଆଇନ ସେବା ଦିବସ ପାଳନ

2
61
ଜିଲ୍ଲା ଆଇନ୍ ସେବା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୯/୧୧) : ରାୟଗଡା ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡା ଦ୍ବାରା ଆଜି ତା ୦୯.୧୧.୨୦୨୩ ରିଖ ଗୁରୁବାର ଦିନ “ରାଷ୍ଟ୍ରିୟ ଆଇନ ସେବା ଦିବସ” ଉପଲକ୍ଷେ ସ୍ଥାନୀୟ ଜିଲ୍ଳା ଅଦାଲତ ପରିସରଠାରୁ ଡେଲି ମାର୍କେଟ ପର୍ଯ୍ୟନ୍ତ ଏକ ପ୍ରଭାତ ଫେରୀ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି ।Whatsapp Image 2023 11 09 At 12.22.14

ଜିଲ୍ଲା ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସତ୍ୟ ନାରାୟଣ ଷଡଙ୍ଗୀ ଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିବା ଏହି ପ୍ରଭାତ ଫେରୀ କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପରିବାର ଅଦାଲତ ର ବିଚାରପତି ଶ୍ରୀ ଅମୃତ ରଞ୍ଜନ ନନ୍ଦ, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ପୋକ୍ସ ଅଦାଲତର ବିଚାରପତି ଶ୍ରୀମତି ସୋନାଲି ପଟ୍ଟନାଏକ୍, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶ୍ରୀମତି ରୀନା ଚୌଧୁରୀ, ମୁଖ୍ୟ ବିଚାରବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତି ମିନାକ୍ଷୀ ପ୍ରିୟଦର୍ଶିନି, ରେଜିଷ୍ଟ୍ରାର ଶ୍ରୀ ଦେବିଜ୍ୟୋତି ମହାପାତ୍ର, ମହିଳା କୋର୍ଟର ବିଚାରପତି ଶ୍ରୀମତି ସୋନଲ ଶର୍ମା, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ସୌମ୍ୟରୂପ ସାହୁ, ରାୟଗଡା ବାର ଆସୋସିଏସନର ସଚିବ, ସମସ୍ତ ଆଇନଜୀବି, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମସ୍ତ ପାନେଲ ଓକିଲ, ପାରା ଲିଗାଲ ଭଲ୍ୟୁଣ୍ଟର, ଜିଲ୍ଳା ଅଦାଲତର ସମସ୍ତ କର୍ମଚାରୀ, ଗୋପବନ୍ଧୁ ମୁନିସିପାଲିଟି ହାଇସ୍କୁଲର ଶିକ୍ଷକ ଓ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ପରିଶେଷରେ ଜିଲ୍ଲା ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସତ୍ୟ ନାରାୟଣ ଷଡଙ୍ଗୀ ସର୍ବ ପ୍ରଥମେ ସମସ୍ତଙ୍କୁ ଅଭିବାଦନ ଜଣାଇ ରାଷ୍ଟ୍ରିୟ ଆଇନ ସେବା ଦିବସ ପାଳନର ଆଭିମୂଖ୍ୟ ଓ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ସର୍ବୋପରି ଏହି କାର୍ଯ୍ୟକ୍ରମରେ ଗୋପବନ୍ଧୁ ମୁନିସିପାଲିଟି ହାଇସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି ।

2 COMMENTS

Comments are closed.