ଓଲଟିଲା ବାଲି ବୋଝେଇ ଟିପର୍ , ଶ୍ରମିକ ମୃତ

0
40
ଓଲଟିଲା ବାଲି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଜପତି, (୦୯/୧୧) : ଭୋରୁ ଭୋରୁ ଓଲଟିଲା ବାଲି ବୋଝେଇ ଟିପର୍ । ଘାଟି ଉପରକୁ ଉଠୁଥିବାବେଳେ ଉଠି ନପାରି ପଛକୁ ଖସି ଭାରସାମ୍ୟ ହରାଇ ଓଲଟି ପଡ଼ିଲା ।

ଫଳରେ ଗାଡ଼ିରେ ବସିଥିବା ଏକ ଶ୍ରମିକ ଉପରେ ମାଡି ଯାଇଥିବାରୁ ଘଟଣାସ୍ଥଳରେ ହିଁ ଶ୍ରମିକ ଜଣକର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ମୋହନା ଥାନା ଚନ୍ଦ୍ରଗିରି ଗ୍ରାମ ରାଉତ ସାହିର ମିଟୁ ମହାକୁଡ଼ । ଘଟଣାଟି ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଜରଉ ଝୁଲା ସାହି ନିକଟ ଘାଟିରେ । ଗାଡ଼ିର ଡ୍ରାଇଭର ଓ ହେଲ୍ପର ଗାଡିରୁ ଡେଇଁ ପଡ଼ିଥିବାବେଳେ ଗାଡ଼ି ତଳେ ଚାପି ହୋଇ ଶ୍ରମିକ ଜଣକ ରହି ଯାଇଥିଲେ । ସ୍ଥାନୀୟ ଲୋକ ମୃତଦେହକୁ ଗାଡ଼ି ତଳୁ ବାହାର କରିବା ସହ ମୋହନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ମୋହନା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।