ଅସ୍ଥାୟୀ କର୍ମଚାରୀ ଙ୍କୁ ଅଟକାଇଲେ ଗ୍ରାମର ମହିଳା

0
51
38374629 222a 4125 86cc 6e1dc7a5f74b

ରିପୋର୍ଟ: ଲୋକନାଥ ସାହୁ //
ଗୁଡ଼ାରୀ (୦୮/୨୩) : ରାୟଗଡା ଜିଲ୍ଲା ଗୁଡ଼ାରୀ ବ୍ଲକ ଏମ୍ କେ ରାଇ ଗ୍ରାମ ପଞ୍ଚାୟତ ଅଧୀନ ରେ ଥିବା ଜଳନିଧୀ ଗ୍ରାମର ଲେବର ମାନେ ଆଜକୁ ପ୍ରାୟ ପାଞ୍ଚ ଛଅ ମାସ ହେବ ତାଙ୍କ ମଜୁରୀ ନ ମିଳିବାରୁ ଆଇ.ପି.ସିଏ ଏବଂ ଜଗୁଆଳିଙ୍କୁ ଅଟକି ରଖିଥିବା ଦେଖିବାକୁ ମିଳିଥିଲା l41fa29ae Fe25 4a6c 85b9 93712293e1b4

ଲେବର ମାନଙ୍କୁ ପଚାରିବାରୁ ସେମାନେ କହିଛନ୍ତି ଯେ ଆମେ ପ୍ରାୟ ୪୦ ଋ ୫୦ ଜଣ ଦିନ ମଜୁରିଆ ଭାବରେ ସେମାନେ ଗୁଡ଼ାରୀ ରେଞ୍ଜ ଅଧୀନରେ ଥିବା ଖାରିକୁଟି, ନିଲାଗୁଡ଼ା ଓ ବୁଜିଙ୍ଗ୍ ଗୁଡ଼ା ଏହି ତିନି ଗ୍ରାମରେ ଗଛ ଲଗେଇ କାମ କରିଥିବା ଲେବର ମାନେ ବୟାନ ଦେଇଛନ୍ତି l ଏଥି ସାଙ୍ଗକୁ ସେ କହିଛନ୍ତି ଯେ ଆଜକୁ ପ୍ରାୟ କାମ ସରି ପାଞ୍ଚ ଛଅ ମାସ ହେବ ହେଲେ ଆଜୀ ଯାଏଁ ଆମ କୁଲି ଆମକୁ ଆଜି ଯାଏଁ ମିଳି ନାହିଁ ଏ ବାବଦରେ ଆମେ ଫରେଷ୍ଟର ଓ ରେଞ୍ଜର ସାରଙ୍କୁ ଆମ ଗୁହାରି ଜଣେଇ ଥିଲୁ ହେଲେ ଆଜି ଯାଏଁ ତାରିଖ ଉପରେ ତାରିଖ ଦେଉଥିବା ସେ କହିଛନ୍ତି l

ଏ ବିଷୟରେ ଗୁଡ଼ାରୀ ରେଞ୍ଜର ଦିଲୀପ କୁମାର ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଥିଲେ ଯେ ମୋଷ୍ଟ୍ରୋଲ ରିପୋର୍ଟ କରିବା ପାଇଁ ମୁଁ ଫରେଷ୍ଟର ସୁଶୀଳା ମଲିକଙ୍କୁ ଦେଇଛି ଏବଂ ଯଥା ଶୀଘ୍ର ମୁଁ ସେମାନଙ୍କ ଲେବର ପେମେଣ୍ଟ କରିଦେବି ବୋଲି ପ୍ରତିଶୃତି ଦେଇ ଥିବାରୁ ସେମାନେ ଅଟକି ରଖିଥିବା ଅସ୍ଥାୟୀ ବନ କର୍ମଚାରୀ ମାନଙ୍କୁ ଛାଡିଥିଲେ l