ଡେଙ୍ଗୁ ଆତଙ୍କ,, ୧ମୃତ ,ବହୁ ଆକ୍ରାନ୍ତ ଲୋକେ ଭୟଭୀତ

0
71
ଡେଙ୍ଗୁ ଆତଙ୍କ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୯/୧୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଡେଙ୍ଗୁ ଆତଙ୍କ ଆକ୍ରନ୍ତରେ ଜଣେ ମୃତ୍ୟୁ କରିଥିବା ବେଳେ ବହୁ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।Whatsapp Image 2023 11 09 At 17.35.04 (1)

ଉକ୍ତ ଅଞ୍ଚଳରେ ବହୁଦିନ ଧରି ଅପରିଷ୍କାର ପାନୀୟ ଜଳ ବ୍ୟବହାର ଓ ପରିବେଶ ପରିଚ୍ଛନ୍ନତା ରହି ନଥିବାରୁ କଲ୍ୟାଣସିଂହପୁର ସଦରରେ ବହୁ ଲୋକ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ରାୟଗଡା, ବ୍ରହ୍ମପୁର, ଭୁବନେଶ୍ୱର ଓ ଆନ୍ଦ୍ରପ୍ରଦେଶର ବିଶାଖାପାଟଣା ମେଡିକାଲ କୁ ଯାଇ ଚିକିତ୍ସିତ ହୋଇ କେତେ ଲୋକ ଫେରିଥିବା ବେଳେ ଆଉ କେତେ ଲୋକ ଚିକିତ୍ସିତ ହେଉଥିବା ଜଣାପଡିଛି । ବର୍ତ୍ତମାନ ସ୍ଥାନୀୟ ଗୌଡ଼ ସମ୍ପ୍ରଦାୟର କୃଷ୍ଣ ଗୌଡ଼ଙ୍କ ସାନ ପୁଅ ପିଙ୍କୁ ଗୌଡ଼ (୨୭) ସାତଦିନ ଧରି ଜ୍ଵର ହୋଇଥିଲା । ସେ ରାୟଗଡା ଯାଇ ଚିକିତ୍ସିତ ହେବା ପରେ ତାଙ୍କୁ ଡେଙ୍ଗୁ ଆକ୍ରାନ୍ତ ହୋଇଥିବା ଜାଣିପାରି ସେ ସାଙ୍ଗେ ସାଙ୍ଗେ ବ୍ରହ୍ମପୁର ବଡ ମେଡିକାଲ ଯାଇ ଚିକିତ୍ସିତ ହେଉଥିଲେ । ସେ ଚିକିତ୍ସିତ ଅବସ୍ଥାରେ ଗତ କାଲି ରାତିରେ ମୃତ୍ୟୁ ହୋଇଥିଲା । ଯାହାଫଳରେ ଅଞ୍ଚଳରେ ଏକ ଶୋକର ଛାୟା ଖେଳିଯାଇଛି ।

ଏହାକୁ ନେଇ ଅଞ୍ଚଳବାସୀ ଭୟଭୀତ ହୋଇ ରହିଛନ୍ତି । କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସମ୍ୟରଞ୍ଜନ ଜେନାଙ୍କୁ ପଚାରିବାରୁ ସେ କହିଛନ୍ତି ସ୍ୱାସ୍ଥ୍ୟ କେନ୍ଦ୍ରକୁ କୌଣସି ଡେଙ୍ଗୁ ଆକ୍ରାନ୍ତ ରୋଗୀ ଆସିନାହାଁନ୍ତି । ସେମାନେ ଜ୍ଵର ହେଲେ ଘୋରାଇ ଚିକିତ୍ସା କରି ବାହାରକୁ ଯାଇ ଚିକିତ୍ସିତ ହେଉଛନ୍ତି । ଏହି ଠାକୁ ରୋଗୀ ଆସିଲେ ସେମାନଙ୍କର ପିଭିସି ପରୀକ୍ଷା କରିବା ପରେ ଡେଙ୍ଗୁ ଚିହ୍ନଟ ହେବା ଜାଣି ରାୟଗଡା ଚିକିତ୍ସାଳୟକୁ ପଠାଇଦିଆଯାଉଛି ବୋଲି କହିଛନ୍ତି । ଉକ୍ତ ବ୍ଲକ ମ୍ୟାଲେରିଆ ଅଞ୍ଚଳ ହୋଇଥିଲେ ମଧ୍ୟ ଏଥିପ୍ରତି ଜିଲା ପ୍ରଶାସନର ଦୃଷ୍ଟି ପଡୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।