ଦୁଇ ଦିନିଆ ବିଜେପି ପ୍ରଶିକ୍ଷଣ ଶିବିର, ଯୋଗଦେଲେ ସାଂସଦ ସୁରେଶ ପୁଝାରୀ

0
60
ଦୁଇ ଦିନିଆ ବିଜେପି

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୦୯/୧୧) : ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲାର ସରପଞ୍ଚ ଓ ସମିତିସଭ୍ୟଙ୍କୁ ନେଇ ରାୟଗଡ଼ା ଜିଲ୍ଲା ଭାଜପା କାର୍ଯ୍ୟାଳୟ ଠାରେ ଗୁରୁବାର ଓ ଶୁକ୍ରବାର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।Whatsapp Image 2023 11 09 At 18.48.05 (1)

ଏହି ଶିବିରରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି, ନବରଙ୍ଗପୁର, କୋରାପୁଟ ଓ ରାୟଗଡ଼ା ଜିଲ୍ଲା ଏବଂ ପଶ୍ଚିମ ଓଡ଼ିଶାର ସୁବର୍ଣ୍ଣପୁର, ବଲାଙ୍ଗିର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରୁ ପ୍ରାୟ ୩ଶହରୁ ଉର୍ଦ୍ଧ୍ବ ଭାଜପା ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟମାନେ ଯୋଗ ଦେଇ ପ୍ରଶିକ୍ଷଣ ନେବେ ବୋଲି ଜଣାପଡ଼ିଛି । ପଞ୍ଚାୟତର ବିକାଶ ପାଇଁ ଆସୁଥିବା ସରକାରୀ ସହାୟତା କିଭଳି ବାଟମାରଣା ନ ହୋଇ ଜନସାଧାରଣଙ୍କ ବିକାଶ ପାଇଁ ବ୍ୟବହାର ହେବ ତାହା ଏହି ପ୍ରଶିକ୍ଷଣ ଶିବିରର ମୂଳ ଲକ୍ଷ୍ୟ ବୋଲି ଜିଲ୍ଲା ସଭାପତି ଶିବ ପଟ୍ଟନାୟକ କହିଛନ୍ତି । ପଞ୍ଚାୟତର ଉନ୍ନତି ଓ ବିକାଶ ପାଇଁ ବିଭିନ୍ନ ଯୋଜନା ଉପରେ ମଧ୍ୟ ଆଲୋକପାତ କରାଯିବ ।

ଏହି ପ୍ରଶିକ୍ଷଣ ଶିବିରରେ ପ୍ରଥମ ଦିନରେ ସୁରେଶ ପୂଜାରୀଙ୍କ ସମେତ ପୂର୍ବତନ ସାଂସଦ ବଳଭଦ୍ର ମାଝି, ଭାଜପା ମହିଳା ସାଧାରଣ ସମ୍ପାଦିକା ପୂର୍ଣ୍ଣିମା କେରକେଟା, ସମ୍ପାଦିକା ପୂର୍ଣ୍ଣିମା ନାୟକ ଓ ରାଜ୍ୟସ୍ତରୀୟ ନେତୃବୃନ୍ଦ ଯୋଗଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଜଳନ କରି ସାଂସଦ ଶ୍ରୀ ପୁଜାରୀ ଶୁଭ ଉଦଘାଟନ କରିଥିବା ବେଳେ ଜିଲ୍ଲାରେ ବିଜେପି କର୍ମୀଙ୍କ ମନରେ ଏକ ଉତ୍ସାହ ଭରି ଯାଇଛି । ଏ ନେଇ ସାଂସଦ ଶ୍ରୀ ପୁଝାରୀ କହିଛନ୍ତି ଯେ, ଏହି ପ୍ରଶିକ୍ଷଣ ଶିବିର ଏକ ତାଲିମ ଭିତ୍ତିକ ହୋଇଥିବା ବେଳେ ନେତା ଓ କର୍ମୀଙ୍କ ପାଇଁ ଆଗାମୀ ନିର୍ବାଚନ ରେ ବେଶ ସହାୟକ ହେବ ବୋଲି କହିବା ସହ କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକ ଲୋକଙ୍କ ନିକଟରେ ପହଞ୍ଚାଇବା ମୁଖ୍ୟ ଲକ୍ଷ୍ୟ ବୋଲି ପ୍ରକାଶ କରିଛନ୍ତି ।