ଧାତୁକଜୁରୀଠାରେ କଂଗ୍ରେସ କର୍ମୀ ସମ୍ବିଳନୀ, ନୁଆଁଖାଇ ଭେଟଘାଟ ଓ ମିଶ୍ରଣ ପର୍ବ ଅନୁଷ୍ଠିତ

0
64
ଧାତୁକଜୁରୀଠାରେ କଂଗ୍ରେସ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୯/୧୧) : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ବଡ଼ସାଇମରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଧାତୁକଜୁରୀ ଆମ୍ବ ବଗିଚା ଠାରେ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ଏକ କର୍ମୀ ସମ୍ବିଳନୀ, ନୁଆଁଖାଇ ଭେଟଘାଟ ଓ ଏକ ମିଶ୍ରଣ ପର୍ବ ଗୁରୁବାର ଦିନ ଅନୁଷ୍ଠିତ ହୋଇଥିଲା ।Whatsapp Image 2023 11 10 At 09.17.26 (1)

ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଶା ର ଯୁବ କଂଗ୍ରେସ ସଭାପତି ତଥା ମୁରିବାହାଲ ବ୍ଲକ୍ ବିଧାୟକ ପ୍ରତିନିଧି ଅମିତ୍ ସି ସାଲୁଜା (ସେ ଜି), ସମ୍ମାନିତ ଅତିଥି ଭାବରେ ବ୍ଲକ୍ କଂଗ୍ରେସ ସଭାପତି ପ୍ରଫୁଲ୍ଲ କୁମାର ବଘାର, ବୁଲୁ ବିଶି, ରତନ ଲାଲ ବିଶି, ଶ୍ରିମନ୍ତ ମହାନନ୍ଦ, ପ୍ରଦୀପ ଠାକୁର, ଯଦୁମଣି ଭୋଇ, ପିତାମ୍ବର ନାଗ, ମାର୍କଣ୍ଡ ସେଠ୍, ଦିନ ବନ୍ଧୁ ମହାନନ୍ଦ, ସୁକଲ ରାମ ଭୋଇ, ଅଗସ୍ତି ହଂସ, ତୁଲାରାମ ନାଗ, ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଅବସରରେ ଅମିତ ସିଂ ସାଲୁଜାଙ୍କ ଉପସ୍ଥିତରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।

କଂଗ୍ରେସର ନୀତି ଆଦର୍ଶ ତଥା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବିଧାୟକ ସନ୍ତୋଷ ସିଂ ସାଲୁଜା ତାଙ୍କ ସୁପତ୍ର ଅମିତ ସିଂ ସାଲୁଜାଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ତାଙ୍କ ଉପସ୍ଥିତରେ ବିଶ୍ଵାମିତ୍ର ଭୋଇ, ମକରଧ୍ଵଜ ଧରୁଆ ଆଦିବାସୀ ଯୁବ ନେତା ଅର୍ଜୁନ ଭୋଇ ବିଶିଷ୍ଟ ସମାଜ ସେବୀ ପୂର୍ଣ୍ଣ ଚନ୍ଦ୍ର ମହାନନ୍ଦ ବଲ୍ଲଭ ବାଗ, ଯୁଧିଷ୍ଠିର ନିନା, ନିରାକାର ମୁଗ୍ରୀ, ପ୍ରଦେଶୀ ଲୁହା, ମିଥୁନ ତାଣ୍ଡି, ଅନନ୍ତ ମହାନନ୍ଦ, ଗଣ୍ଡା ରାମ ଭୋଇ, ସଞ୍ଜୀବ ମହାନନ୍ଦ ଗୋପ ବଏ, ଚମ୍ପେଶ୍ୱର୍ ଦାସ ରଘୁନାଥ ଧରୁଆ, ଉଗ୍ରେ ଧରୁଆ, ଟିକେମଣି ନାଗ, ଶିବ ପୁଟେଲ, ମଙ୍ଗୁଲୁ ପୁଟେଲ, ରଞ୍ଜିନ ପୁଟେଲ,କୃପା ତାଣ୍ଡି, ସହଦେବ ପୁଟେଲ, ଘୁଂଡ଼ୁଲୁ ଚନ୍ଦନ, ଜନ୍ସନ ତାଣ୍ଡି, କାନ୍ତ ନାଗ, ହଳଧର ନାଗ, ଗଣେଶ କୁମ୍ଭାର, ଅମୂଲ୍ୟ ବାରଲେବଡ଼ିଆ, ପ୍ରମୁଖ ୪୦ ଜଣ ଯୁବକ ଯୁବନେତା କଂଗେସ ଦଳରେ ସାମିଲ ହୋଇଥିଲେ । ବଡ଼ସାଇମରା ସରପଞ୍ଚ ଶୁକମଣୀ ପୁଟେଲ ସଂଚାଳନ କରିଥିବାବେଳେ ବରିଷ୍ଠ ପୁରୋହିତ ସୁଦାମ ଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ ।