ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ମା’ର ଜୀବନ

0
38
ମର୍ମନ୍ତୁଦ ସଡକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଜଗତସିଂହପୁର, (୧୧/୧୧) : ଜଗତସିଂପୁର ଜିଲ୍ଲା ବାଲିକୁଦା ଥାନା ଅଧିନ ମାଛଗାଁ ନିକଟରେ ଦୁର୍ଘଟଣା । ଦୁର୍ଘଟଣାରେ ଚାଲିଗଲା ମା’ର ଜୀବନ । ଏହାସହ ଝିଅ ଆହତ ହୋଇଥିବା ସୂଚନା ।

ତରାସାହି ଅଂଚଳର ପ୍ରମିଳା ଗୁରୁ ଓ ତାଙ୍କ ଝିଅ ଜଗତସିଂହପୁରରୁ ଏକ ନୂଆ ସ୍କୁଟି କିଣି ଘରକୁ ଫେରୁଥିବାବେଳେ ମାଛଗାଁ ବସଷ୍ଟାଣ୍ଡ ନିକଟରେ ହଠାତ ଏକ ଗାଇ ତାଙ୍କ ଗାଡି ଆଗରେ ପଶି ଯାଇଥିଲା । ଆଉ ଘଟଣା ସ୍ଥଳରେ ମା ପ୍ରମିଳା ଗୁରୁଙ୍କ ମୃତ୍ୟୁ ବରଣ କରିଥିବା ବେଳେ ଝିଅ ଆହତ ହୋଇଥିଲା । ଆଉ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମା’ ଝିଅକୁ ଉଦ୍ଧାର କରି ବାଲିକୁଦା ମେଡିକାଲକୁ ନେଇ ଯାଇଥିଲେ । ଡାକ୍ତର ସେଠାରେ ମା ପ୍ରମିଳା ଗୁରୁଙ୍କୁ ମୃତ ଘୋଷଣା କରିଥିଲା । ଏହି ଖବର ପାଇଲା ପରେ ଘଟଣା ସ୍ଥଳରେ ବାଲିକୁଦା ପୋଲିସ ପହଞ୍ଚି ଗାଡିକୁ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।