ଶାଳ କାଠ ବୋଝେଇ ପିକଅପ୍ ଭ୍ୟାନ୍ ଜବତ, ଜଣେ ଅଟକ

0
42
ଶାଳ କାଠ ବୋଝେଇ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଅନୁଗୁଳ, (୧୧/୧୧) : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପୋଲିସ ପକ୍ଷରୁ ପେଟ୍ରୋଲିଙ୍ଗ୍ ବେଳେ କୋଶଳା ବିଦେଶୀ ମଦ ଦୋକାନ ପାଖରୁ ବେଆଇନ ଶାଳକାଠ ବୋଝେଇ ପିକଅପ୍ ଭ୍ୟାନ୍ ଜବତ ସହ ଜଣେ ଯୁବକ ଅଟକ ହୋଇଛି ।

ସୂଚନା ଯେ , ପୋଲିସ ପେଟ୍ରୋଲିଙ୍ଗ୍ କରୁଥିବା ବେଳେ ଏକ ପିକଅପ୍ ଭ୍ୟାନ୍ ରେ କାଠ ଯାଉଥିବା ଦେଖି ପୋଲିସ ଗାଡ଼ିକୁ ଯାଞ୍ଚ ସମୟରେ ୧୦୦ରୁ ଉର୍ଦ୍ଧ୍ବ ଶାଳ ଚଉକାଠ ବେଆଇନ ଭାବରେ ଚାଲାଣ ହେଉଥିବା ଯାଣିବା ପରେ ଗାଡ଼ି ଓ ଜଣେ ଯୁବକଙ୍କୁ ଅଟକ କରି ବନବିଭାଗ କୁ ହସ୍ଥାନ୍ତର କରିଛି । ଜବତ ଶାଳ କାଠର ମୂଲ୍ୟ ଲକ୍ଷ୍ୟାଧିକ ଟଙ୍କା ହେବ ବୋଲି ଜଣାପଡିଛି ।