ଜଳିଗଲା ବାଣ ଦୋକାନ

0
42
ଜଳିଗଲା ବାଣ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଜଗତସିଂପୁର, (୧୨/୧୧) : ପାରାଦୀପର ଲକ୍ ଥାନା ଅଞ୍ଚଳରେ ଆଜି ଭୋରରେ ଜଳି ଯାଇଛି ଏକ ବାଣ ଦୋକାନ ।

ପାରାଦୀପ ଉପକଣ୍ଠ ନୂଆଗଡ଼ ଛକରେ ଖୋଲିଥିବା ଏହି ଅସ୍ଥାୟୀ ବାଣ ଦୋକାନରେ ଅଗ୍ନିକାଣ୍ଡ ଯୋଗୁ ଲକ୍ଷାଧିକ ଟଙ୍କାର ବାଣ ଜଳି ଯାଇଛି । ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି । ବାଣ ଦୋକାନରେ ନିଆଁ ଲାଗିବା ପରେ ସ୍ଥାନୀୟ ଲୋକେ ଏହାକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ନିଆଁ ସଂସ୍ପର୍ଶରେ ଆସି ବାଣଗୁଡ଼ିକ ଫୁଟିବା ଆରମ୍ଭ କରିବାରୁ ନିଆଁ ଲିଭାଇବା ସମ୍ଭବ ହୋଇନଥିଲା । ସବୁ ବାଣ ଜଳି ଯିବା ପରେ ନିଆଁ ଲିଭିଥିଲା ବୋଲି ଜଣାପଡ଼ିଛି । ବାଣ ଦୋକାନ କରିବାକୁ ନିର୍ଦ୍ଦିଷ୍ଟ ସ୍ଥାନ ସ୍ଥିର ହୋଇଥିଲେ ବି ବଜାର, ଛକ ଓ ଗାଁ ମୁଣ୍ଡରେ କିପରି ବାଣ ଦୋକାନ ଖୋଲୁଛି, ତାକୁ ନେଇ ପ୍ରଶ୍ନ ଉଠିଛି ।