ପାରିବାରିକ କଳହକୁ ନେଇ ଏସିଡ୍ ମାଡ଼

0
45
ପାରିବାରିକ କଳହକୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୧୨/୧୧) : ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଗଡ଼ଗଁପୁର ଗାଁ’ର ଲତାବିଲ ସାହିରେ ପାରିବାରିକ କଳହକୁ ନେଇ ଏସିଡ୍ ମାଡ଼ ହୋଇଥିବା ଅଭିଯୋଗ ହୋଇଛି ।

ଏସିଡ୍‌ ମାଡ଼ର ଶିକାର ହୋଇଥିବା ବ୍ୟକ୍ତି ନାଁ ଭାଗିନ ନାୟକ (୪୦) । ଗତକାଲି ରାତି ପ୍ରାୟ ୧୦ଟା ବେଳେ ଭାଗିନ ଘରେ ଥିବାବେଳେ କେହି ତାଙ୍କ ଉପରେ ଏସିଡ୍ ପକାଇ ଫେରାର ହୋଇଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଭାଗିନ ତାଙ୍କ ଶ୍ୱଶୁର ଘର ଗାଁ ସୁରପ୍ରତାପପୁରରେ ପରିବାର ସହ ରହନ୍ତି । ଗତକାଲି ସେ ତାଙ୍କ ଗାଁ’କୁ ଆସିଥିବା ବେଳେ ଏହି ଘଟଣା ଘଟିଥିଲା । କିଏ ଓ କାହିଁକି ତାଙ୍କ ଉପରକୁ ଏସିଡ୍ ଫିଙ୍ଗିଲା, ତାହା ସ୍ପଷ୍ଟ ହୋଇପାରିନାହିଁ । ଭାଗିନ ଆଶଙ୍କା କରୁଛନ୍ତି ଯେ ପାରିବାରିକ କଳହରୁ ତାଙ୍କ ଉପରେ ଏସିଡ୍ ମାଡ଼ କରାଯାଇଥାଇପାରେ । କାରଣ ଭାଇମାନଙ୍କ ସହିତ ତାଙ୍କ କଳହ ଲାଗି ରହିଥିଲା ।