ଜଳିଗଲା ଘର; ୪ଟି ଗୋରୁ ଜୀବନ୍ତ ଦଗ୍ଧ

0
44
ଜଳିଗଲା ଘର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୧୩/୧୧) : ଶୋଇଥିବା ବେଳେ ଘରେ ଲାଗିଗଲା ନିଆଁ । ଅଗ୍ନିକାଣ୍ଡରେ ୪ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୬ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି ।

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ବାଲିପାଟପୁର ଗାଁ’ରେ ଏପରି ଅଘଟଣ ଘଟିଛି । ଏତେ ବଡ଼ ଦୁର୍ଘଟଣାରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ । ବାଲିପାଟପୁର ଗାଁ’ରେ ଜଣେ ବ୍ୟକ୍ତିଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲା । ପାଖ ପଡ଼ୋଶୀ ଘରେ ନିଆଁ ଲାଗିଯାଇଥିବା ଦେଖି ପରିବାର ଲୋକଙ୍କୁ ଡାକିଥିଲେ । ପରେ ଘରେ ଥିବା ଲୋକମାନେ ଜୀବନ ବିକାଳେ ଘରୁ ବାହାରକୁ ପଳାଇ ଆସିଥିଲେ । ହେଲେ ନିଆଁରେ ଘରର ସମସ୍ତ ଆସବାବ ପତ୍ର ପୋଡ଼ିଯିବା ସହ ୪୦ ବସ୍ତା ଧାନ ପୋଡ଼ି ଯାଇଥିଲା । ନିଆଁରେ ୬ଟି ଗୋରୁ ଜୀବନ୍ତ ଦଗ୍ଦ ହୋଇଯାଇଥିଲେ । ତେବେ ଘରେ କିପରି ନିଆଁ ଲାଗିଲା ତାର କାରଣ ଜଣାପଡ଼ି ନାହିଁ । ସର୍ଟସର୍କିଟରୁ ଘରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।