ଘରେ ପଶିଲେ ଦୁର୍ବୃତ୍ତ, ମା’ ସମେତ ୩ ପୁଅଙ୍କୁ ଭୁସିଲେ ଛୁରି

0
44
ଘରେ ପଶିଲେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କର୍ଣ୍ଣାଟକା, (୧୩/୧୧) : ଦୁର୍ବୃତ୍ତଙ୍କ ଆକ୍ରମଣରେ ଛାରଖାର ହୋଇଗଲା ପରିବାର । ଏକସଙ୍ଗେ ଦୁର୍ବୃତ୍ତମାନେ ଜଣେ ମହିଳାଙ୍କ ସମେତ ତାଙ୍କ ୩ ପୁଅଙ୍କୁ ଛୁରି ଭୁଷି ହତ୍ୟା କରିଛନ୍ତି ।

ଏପରି ଏକ ଲୋମଟାଙ୍କୁରା କାଣ୍ଡ କର୍ଣ୍ଣାଟକାର ଉଡ଼ୁପି ଜିଲ୍ଲାରେ ଘଟିଛି । ପୁଲିସ୍‌ ସୂଚନା ଅନୁଯାୟୀ, ଗତକାଲି ଦୁର୍ବୃତ୍ତମାନେ ମହିଳାଙ୍କ ଘରେ ପଶିଥିଲେ । ସେମାନେ ପ୍ରଥମେ ମହିଳାଙ୍କ ସମେତ ତାଙ୍କ ଦୁଇ ବଡ଼ ପୁଅଙ୍କୁ ହତ୍ୟା କରିଥିଲେ । ମା’ ଓ ଭାଇମାନଙ୍କ ଚିତ୍କାର ଶୁଣି ୧୨ ବର୍ଷୀୟ ସାନ ଭାଇ ଉଠିଯିବାରୁ ଦୁର୍ବୃତ୍ତମାନେ ତାଙ୍କୁ ମଧ୍ୟ ହତ୍ୟା କରିଥିଲେ । ଉକ୍ତ ସମୟରେ ଘରେ ଥିବା ମହିଳାଙ୍କ ଶାଶୁ ମଧ୍ୟ ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ହୋଇଛନ୍ତି । ମା’ପୁଅଙ୍କ ଚିତ୍କାର ଶୁଣି ପଡ଼ୋଶୀ ପହଞ୍ଚି ଘରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ତୁରନ୍ତ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ପୂର୍ବ ଶତ୍ରୁତାରୁ କିମ୍ବା ଲୁଟ୍‌ ପାଇଁ ଦୁର୍ବୃତ୍ତ ଏପରି କାଣ୍ଡ ଘଟାଇଛନ୍ତି ପୁଲିସ୍‌ ତାହାର ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣାରେ ପୁଲିସ୍‌ କାହାକୁ ଗିରଫ କରି ନାହିଁ ।