ମଦ ପିଆଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ୫ ଅଭିଯୁକ୍ତ

0
48
ମଦ ପିଆଇ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଉତ୍ତର ପ୍ରଦେଶ, (୧୩/୧୧) : ହୋଟେଲରେ ଗଣବଳାତ୍କାରର ଶିକାର ହେଲେ ହୋଟେଲ କର୍ମଚାରୀ । ଯେଉଁ ହୋଟେଲରେ ଯୁବତୀଜଣକ ଗତ ଦେଢ ବର୍ଷ ହେଲା କାମ କରୁଥିଲେ, ସେହି ହୋଟେଲରେ ହେଲେ ଗଣବଳାତ୍କାରର ଶିକାର ।

ପ୍ରବଳ ବିରୋଧ ସତ୍ତ୍ୱେ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଟାଣି ଟାଣି ରୁମ୍‌କୁ ନେବା ସହ ସେଠାରେ ପ୍ରବଳ ପିଟିଥିବା ଜଣାଯାଇଛି । ଏପରିକି ଜୋରଜବରଦସ୍ତ ମଦ ପିଆଇ ତାଙ୍କର ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି । ଏପରି ଏକ ସାଂଘାତିକ ଘଟଣା ଉତ୍ତରପ୍ରଦେଶର ଆଗ୍ରାରେ ଘଟିଛି। ପୁଲିସ୍‌ ଏହି ଘଟଣାରେ ସମୁଦାୟ ୫ ଜଣଙ୍କୁ ବାନ୍ଧିଛି । ସେମାନଙ୍କ ମଧ୍ୟରେ ୪ ଯୁବକ ଓ ଜଣେ ମହିଳା ଥିବା ଜଣାଯାଇଛି । ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ସେ ଉକ୍ତ ହୋଟେଲରେ ପ୍ରାୟ ଦେଢ ବର୍ଷ ହେବ କାମ କରୁଛନ୍ତି । ଘଟଣା ଦିନ ତାଙ୍କୁ କିଛି ଯୁବକ ଟାଣି ଟାଣି ହୋଟେଲର ଏକ ରୁମ୍‌କୁ ନେଇ ଯାଇଥିଲେ । ବାରମ୍ବାର କାକୁତିମିନତି ସତ୍ତ୍ୱେ ସେମାନେ ତାଙ୍କୁ ଛାଡ଼ି ନ ଥିଲେ। ଏହାର ଭିଡିଓ ବି ହୋଟେଲ ସିସିଟିଭିରେ ରେକର୍ଡ ହୋଇଥିବା ଜଣାଯାଇଛି ।

ଏହାପରେ ରୁମ୍‌କୁ ନେଇ ଯାଇ ସେମାନେ ଯୁବତୀଙ୍କୁ ଜୋରଜବରଦସ୍ତ ମଦ ପିଆଇଥିଲେ । ଏହାର ବିରୋଧ କରିବାରୁ ସେମାନେ ତାଙ୍କୁ ପ୍ରବଳ ପିଟିଥିବା ଯୁବତୀଜଣକ କହିଛନ୍ତି । ଏହାପରେ ସେମାନେ ତାଙ୍କର ଗଣବଳାତ୍କାର କରିଥିଲେ । ଅଭିଯୁକ୍ତଙ୍କ ମଧ୍ୟରେ ତାଙ୍କର ଜଣେ ସାଙ୍ଗ ଥିବା ଯୁବତୀଜଣକ ପୁଲିସ୍ ସମ୍ମୁଖରେ କହିଛନ୍ତି । ପୁଲିସ୍‌ ଏହି ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଯୁବତୀଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇଛି ।