ବ୍ରିଜ ତଳକୁ ଅଟୋ ଖସି ଚାଳକ ମୃତ

0
46
ବ୍ରିଜ ତଳକୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କନ୍ଧମାଳ, (୧୩/୧୧) : ବ୍ରିଜ ତଳକୁ ଅଟୋ ଖସି ଯାତ୍ରୀବାହୀ ଚାଳକ ମୃତ । ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧଗଡ଼ ତେଲିମୁଣ୍ଡା ନିକଟ ବ୍ରିଜର ୨୦ଫୁଟ ତଳକୁ ଖସିଲା ଅଟୋ ।

ମୃତକ ହେଲେ ରତଙ୍ଗ ପଞ୍ଚାୟତ ଡେଲାପଦର ଗ୍ରାମର କାର୍ତ୍ତିକ ମାଝୀଙ୍କ ପୁଅ ସିଦ୍ଧାନ୍ତ ମାଝୀ (୨୨) l ସିଦ୍ଧାନ୍ତ ଗତକାଲି ରାତି ୮ଟାରେ ଭଡ଼ା ସୂତ୍ରରେ ନିଜ ଅଟୋରେ କିଛି ଯାତ୍ରୀଙ୍କୁ ନେଇ ନୂଆପଦରରେ ହେଉଥିବା କାଳୀ ପୂଜା ଯାତ୍ରାକୁ ଯାଇଥିଲେ । କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ଫେରି ନଥିଲେ ଆଜି ସକାଳୁ ବନ୍ଧ ଗଡ଼ ନିକଟ ତେଲିମୁଣ୍ଡା ବ୍ରିଜ ତଳେ ପାଣି ଭିତରେ ଏକ ଅଟୋ ବୁଡ଼ି ରହିଥିବା ଦେଖିବାକୁ ମିଳିଥିଲା ।

ଖବର ପାଇ ଫିରିଙ୍ଗିଆ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଘଟଣା ସ୍ଥଳରେ ପହଞ୍ଚି ଅଟୋଟିକୁ ବାହାର କରିବା ବେଳେ ପାଣି ଭିତରେ ଥିବା ସିଦ୍ଧାନ୍ତଙ୍କ ମୃତଦେହ ବାହାର କରାଯାଇ ଶବ ବ୍ୟବଚ୍ଛେଦ କରିବା ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ତେବେ କେଉଁ ପରିସ୍ଥିତିରେ ସିଦ୍ଧାନ୍ତଙ୍କ ଅଟୋଟି ବ୍ରିଜ ତଳକୁ ଖସିଲା ଓ କିଭଳି ଭାବେ ତାଙ୍କର ମୃତ୍ୟ ଘଟିଲା ତାହାର ଅଧିକ ତଦନ୍ତ ଫିରିଙ୍ଗିଆ ପୋଲିସ ଆରମ୍ଭ କରିଛି ।