ଦିବ୍ୟାଙ୍ଗଙ୍କ ସହିତ ବିକାଶ ସେନାର ଦୀପାବଳୀ ପାଳନ

0
37
ଦିବ୍ୟାଙ୍ଗଙ୍କ ସହିତ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୨/୧୧) : ଆଜି ପବିତ୍ର ଦୀପାବଳୀ ଅବସରରେ ସବୁଠି ଉତ୍ସବର ମହୋଲ । ଘରେ ଘରେ ଦୀପ ଜାଳି ଅତିସବାଜି କରି ପରିବାର ସହିତ ଦୀପାବଳୀ ପାଳନ କରାଯାଉଛି ।

ଏହି ପରିପ୍ରେକ୍ଷୀରେ ରେ ଟିଟିଲାଗଡ ବିକାଶ ସେନା ସଦସ୍ୟ ଟିଟିଲାଗଡ SCD Disable ସେଣ୍ଟର କୁ ଯାଇ ଦିବ୍ୟାଙ୍ଗଙ୍କ ସହ ଦୀପାବଳି ପାଳନ କରିଥିଲେ । ବିକାଶ ସେନା ସଭାପତି ଇଂ ଅମ୍ଳାନ ଷଡ଼ଙ୍ଗୀଙ୍କ ସହିତ ବହୁ ସଂଖ୍ୟାରେ ସଦସ୍ୟ Disable ସେଣ୍ଟରରେ ପହଞ୍ଚି ସେଣ୍ଟର ର ଚାରିପାଖରେ ଦୀପ ଜଳାଇଥିଲେ ଏବଂ ଦିବ୍ୟାଙ୍ଗଙ୍କ ସହିତ ଅତିସବାଜି କରିଥିଲେ ଏବଂ ପରିଶେଷରେ ସମସ୍ତଙ୍କୁ ଉପହାର ପ୍ରଦାନ କରିଥିଲେ । ତେବେ ଏହିସବୁ କାର୍ଯ୍ୟକ୍ରମ ଦ୍ୱାରା ଦିବ୍ୟାଙ୍ଗ ଛୁଆ ଙ୍କ ମଧ୍ୟରେ ବିଶେଷ ଖୁସି ପରିଲକ୍ଷିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମ ସମୟରେ SCD ସମ୍ପାଦିକା ଅଞ୍ଜଳି ବେହେରା, ଷ୍ଟୁଡେଣ୍ଟ ଏକ୍ସନ କମିଟି ସଭାପତି ଶୁଭମ ଆଚାର୍ଯ୍ୟ,ସମୀର ମନହୀରା, ତପନ ବଗର୍ତ୍ତି, ଜଗଦୀଶ ରାଉତ, ସିପୁନ ପନିକା, ଆସିଫ ଖାନ, ତନ୍ମୟ ରତାଇ,ସୁଜଲ ପଟ୍ଟନାୟକ, ଝସକେତ ବେହେରା, ପ୍ରହଲ୍ଲାଦ ବାଗ, ଭରତ ସାହୁ, ଆଲୋକ ବେହେରା,ପ୍ରେମ ସାହୁ, ସୋମନାଥ ବେହେରା, ଟିଙ୍କୁ ସାହୁ, ମଳୟ ପରିଡା, ରାଜୀବ ଗୁରୁ, ଗୋବିନ୍ଦ ସାହୁ,ଶ୍ରୀରାମ ପୁଟେଲ, ଯଶୋବନ୍ତ ହେର୍ନା, ବିପିନ ଠେଲା,ସାହିତ୍ ସାହୁ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ସଦସ୍ୟ ଉପସ୍ଥିତ ଥିଲେ । ତେବେ ସମସ୍ତେ ନିଜ ପରିବାର ସହିତ କେଵଳ ଦୀପାବଳୀ ପାଳନ କରୁଥିବା ବେଳେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସହିତ ବିକାଶ ସେନା ସଦସ୍ୟଙ୍କ ଦୀପାବଳୀ ପାଳନ ନିଶ୍ଚିତ ଭାବରେ ସ୍ୱାଗତଯୋଗ୍ୟ ବୋଲି scd ସମ୍ପାଦିକା ଅଞ୍ଜଳି ବେହେରା କହିଥିଲେ ।