ବିନା ଲାଇସେନ୍ସରେ ଖୁଲାମ ଖୁଲା ବାଣ ବିକ୍ରି

0
56
ବିନା ଲାଇସେନ୍ସରେ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୩/୧୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ଶିକରପାଇ ଗ୍ରାମରେ ବିନା ଲାଇସେନ୍ସରେ ପୃଥିବୀ ରାଜ ପାବୁଲୁ ନାମକ ବ୍ୟକ୍ତି ଖୁଲାମ ଖୁଲା ଦୀପାବଳୀ ଅବସରରେ ବିଭିନ୍ନ ପ୍ରକାର ବିସ୍ପରଖ ବାଣ ଓ ବିଭିନ୍ନ ପ୍ରକାର ବାଣ ବିକୁଥିବା ଦେଖିବାକୁ ମିଳିଛି ।

ସରକାରଙ୍କ ପକ୍ଷରୁ ବାଣ ବିକ୍ରୟକୁ ରଖଠକ ବନ୍ଦ କରିଥିବା ବେଳେ ବେଆଇନ ଭାବେ ଶିକରପାଇ ମୁଖ୍ୟ ରାସ୍ତା ଛକ ନିକଟରେ ପୃଥିବୀ ରାଜ ପାବୁଲୁ ନାମକ ଯୁବକ ବାଣ, ବିସ୍ପରଖ ବାଣ ବିକ୍ରି କରୁଛନ୍ତି । ସରକାର ଙ୍କ ତରଫରୁ ଦୀପାବଳୀରେ ବାଣ ବିକ୍ରିକୁ ବନ୍ଦ କରିଥିବା ବେଳେ ବିନା ଲାଇସେନ୍ସରେ ବାଣ ବିକ୍ରି କରୁଛନ୍ତି ପୁଲିସ ପ୍ରଶାସନ ଜାଣି ଶୁଣି ନୀରବ କାହିଁକି ରହିଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏ ସମ୍ପର୍କରେ କଲ୍ୟାଣସିଂହପୁର ପୁଲିସ ଏସ ଆଇ ସଞ୍ଜୟ ମୁର୍ମୁ ଙ୍କୁ ପଚାରି ବାରୁ ସେ କହିଛନ୍ତି ଯେ ଆମ ନଜରକୁ ଆସି ନାହିଁ । ଆମେ ପେଟ୍ରୋଲିଙ୍ଗ କରିବା ସମୟରେ ସେ ଦୋକାନ ରହୁ ନାହିଁ ।