ଦୀପାବଳି ଉପହାର ଦେଇ ଫେରିବା ବେଳେ ଧକ୍କା ଦେଲା ଟ୍ରକ୍‌, ୨ ମୃତ

0
39
ଦୀପାବଳି ଉପହାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବରଗଡ଼, (୧୪/୧୧) : ବରଗଡ଼ ଜିଲ୍ଲା ଅତାବିରା ଥାନା ଦେବାହାଲ ନିକଟରେ ଏକ ବାଇକ୍‌କୁ କୋଇଲା ବୋଝେଇ ଟ୍ରକ୍‌ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି ।

ମୃତକ ଦ୍ୱୟ ହେଉଛନ୍ତି, ସୁମନ୍ତ ଦେବନାଥ ଓ କମଳେଶ ସାହୁ । ସୁମନ୍ତଙ୍କ ଘର ସମ୍ବଲପୁର ସଦର ଥାନା ଦଣ୍ଡେଇପାଲି ଗାଁ’ରେ ଓ କମଳେଶଙ୍କର ସିଦ୍ଧେଶ୍ୱରବେରଣା ଗାଁ’ରେ । ସେମାନେ ଶ୍ରୀରାମ ଜେନେରାଲ ଇନ୍ସ୍ୟୁରାନ୍ସ କମ୍ପାନୀର କର୍ମଚାରୀ ଥିଲେ । ଦୀପାବଳି ଅବସରରେ କମ୍ପାନୀ ପକ୍ଷରୁ ବିଭିନ୍ନ ଶୋ’ରୁମ୍‌ ଓ ଏଜେଣ୍ଟମାନଙ୍କୁ ଉପହାର ଦେବାକୁ ସୁମନ୍ତ ଏବଂ କମଳେଶ ବରଗଡ଼ ଜିଲ୍ଲାକୁ ଆସିଥିଲେ । କାମ ସାରି ସମ୍ବଲପୁରକୁ ଫେରିବା ସମୟରେ ଗତକାଲି ବିଳମ୍ବିତ ରାତିରେ ଦେବାହାଲ ଗାଁ ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା । ବାଇକ୍‌କୁ ଧକ୍କା ଦେବା ପରେ ଟ୍ରକ୍‌ଟି ଓଲଟି ପଡ଼ିଥିଲା । ପୁଲିସ୍ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।