ଟ୍ରକକୁ ପିଟିଲା କାର୍, ହରିଦ୍ୱାର ଯାଉଥିବା ୬ ଯାତ୍ରୀ ମୃତ

0
50
ଟ୍ରକକୁ ପିଟିଲା କାର୍

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଉତ୍ତର ପ୍ରଦେଶ, (୧୪/୧୧) : ଉତ୍ତର ପ୍ରଦେଶରେ ଭୟଙ୍କର ସଡକ ଦୁର୍ଘଟଣା । ଟ୍ରକକୁ ଧକ୍କା ଦେବା ଫଳରେ କାରରେ ଯାଉଥିବା ୬ ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ।

ସୂଚନା ଅନୁସାରେ, ଆଜି ସକାଳେ ୫୮ ନଂ ଜାତୀୟ ରାଜପଥ ମୁଜାଫରନଗରରେ ଘଟିଛି ଏହି ଦୁର୍ଘଟଣା । ଏକ କାର୍ ଯୋଗେ ଛଅ ଜଣ ଯାତ୍ରୀ ଦିଲ୍ଲୀରୁ ହରିଦ୍ୱାର ଯାଉଥିଲେ। ଏହି ସମୟରେ ଏକ ଟ୍ରକକୁ ଧକ୍କା ଦେଇଥିଲା କାର୍ । ଫଳରେ ସମସ୍ତ ଛଅ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାରଟି ସମ୍ପୂର୍ଣ୍ଣ ଭାଙ୍ଗି ଚୂରମାର୍ ହୋଇଯାଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।