ଅଷ୍ଟପ୍ରହରୀ ନାମ ଯଜ୍ଞ ଆରମ୍ଭ ଯୁବ ନେତା ସେଜି ସିଂ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କଲେ

0
69
ଅଷ୍ଟପ୍ରହରୀ ନାମ ଯଜ୍ଞ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୧୪/୧୧) : ମୁରିବାହାଲ ବ୍ଲକ ସଦର ମହକୁମା ଧନୁଯାତ୍ରା ପଡିଆରେ ମୁରିବାହାଲ ସଦର ଗ୍ରାମ ପଞ୍ଚାୟତ ଓ ଲଖନା ଗ୍ରାମ ପଞ୍ଚାୟତ ଆନୁକୂଲ୍ୟରେ ୨୫ ତମ ଗିରି ଗୋବର୍ଦ୍ଧନ ପୂଜା ଉପଲକ୍ଷେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ମଙ୍ଗଳବାର ଆରମ୍ଭ ହୋଇଯାଇଛି ।Whatsapp Image 2023 11 14 At 17.54.45

ସଂକୀର୍ତ୍ତନ ଦଳ ମୁରିବାହାଲ ମହିଳା ସଂକୀର୍ତ୍ତନ ଦଳ, କଳାହାଣ୍ଡି ବାଲିପାଟି, ରଜାମରା, ଗମ୍ଭାରୀଖୋଲା, ପଙ୍ଗନିଆ, ସନ୍ଧିବାହାଲି, ଭୋଇପଡା ଓ ମଗାଁ (ମହିଳା )କୀର୍ତ୍ତନ ଦଳ ଯୋଗଦାନ କରିଛନ୍ତି । ଅଷ୍ଟ ପ୍ରହରୀ ନାମ ଯଜ୍ଞରେ କର୍ତ୍ତା ଭାବରେ ଶ୍ରୀ ତରୁଣ ପୋଢ଼ ଏବଂ ତାଙ୍କ ଧର୍ମ ପତ୍ନୀ ଶ୍ରୀମତୀ ତପସ୍ଵିନୀ ପୋଢ଼ ଥିବାବେଳେ ପୂଜକ ଭାବରେ କାଶୀନାଥ ଦାସ ପୂଜାର୍ଚନା କରୁଛନ୍ତି । ପୂଜା କମିଟି ର ସଭାପତି ଭାବରେ ଶ୍ରୀ ସାମନ୍ତ ବାଗ, ଉପସଭାପତି ଦୈତାରି ହାତୀ, ଦେବର୍ଚ୍ଚନ ଥପା,ସମ୍ପାଦକ ଦିନେଶ କୁମାର ହଂସ ,ଯୁଗ୍ମ ସମ୍ପାଦକ ସୁଧାଂଶୁ ପୋଢ଼ ଯାଦବ, କୋଷାଧ୍ୟକ୍ଷ ସୁଦର୍ଶନ ଖର୍ସେଲ ,ଯୁଗ୍ମ କୋଷାଧ୍ୟକ୍ଷ ଦିଲିପ ବାଗ କାର୍ଯ୍ୟ ତୁଲାଉଛନ୍ତି ।

ପୂଜାରେ କର୍ତ୍ତା ଭାବରେ ଦିଲିପ ବାଗ ଓ ତାଙ୍କର ଧର୍ମପତ୍ନୀ ସଂଗୀତା ବାଗ ବସିଛନ୍ତି । କମିଟିର ଉପଦେଷ୍ଟା ଭାବରେ ଶ୍ରୀପତି ଷାଣ୍ଢ ,ମଧୁସୂଦନ ନାଗ ଯାଦବ ,ମଧୁସୂଦନ ମହାକୁର , ଦନାର୍ଦନ ବଗର୍ତ୍ତି, ମହେନ୍ଦ୍ର ବାଗ, , ଅନାର୍ୟ ହଂସ,ମନୁ ହଂସ ଥିଲେ । ସଦସ୍ୟ ଭାବେ କରନ୍ ଜାଲ,ପରମା ଗହିର ,ବଜରଙ୍ଗ ଷାଣ୍ଢ ,ଉଦିତ କଟା,ପଦ୍ମଲୋଚନ ବନଛୋର, ଚମ୍ପେଶ୍ୱର୍ ହଂସ ,ତ୍ରିଭୁବନ ହେର୍ଣା,ଗିରିଧାରୀ ଛତ୍ରିଆ ,ପ୍ରମୁଖ ସହଯୋଗ କରୁଛନ୍ତି । ସ୍ୱତନ୍ତ୍ର ଅତିଥି ଭାବରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଯୁବନେତା ସେଜି ସିଂ ଯୋଗଦେଇ ପୂଜାର୍ଚନା କରି ଆଶୀର୍ବାଦ ଗ୍ରହଣ କରିଥିଲେ । ଏହି ଅବସରରେ କଂଗ୍ରେସ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।