ସିପିଆଇ(ଏମ ଏଲ)ଲିବରେସନର ବିଶାଳ ସମାବେଶ ; ୧୮ ରେ ଗୁଣପୁର ଚାଲ ଆହ୍ୱାନ

0
63
ସିପିଆଇ(ଏମ ଏଲ)

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧୪/୧୧) : ଆଜି ସିପିଆଇ (ଏମ୍ଏଲ) ଲିବରେସନ ତରଫରୁ ଗୁଣପୁର ବ୍ଲକ ଅନ୍ତର୍ଗତ ଜଲତାର ପଞ୍ଚାୟତର ଲୁଗୁଂରୁତାଲ ଗାଁ’ରେ ଶତାଧିକ ମହିଳା ଓ ପୁରୁଷ ଯୋଗ ଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନୀତିକୁ ସମାଲୋଚନା କରିଥିଲେ ।Whatsapp Image 2023 11 14 At 17.54.57

ଉକ୍ତ ସଭାରେ ସି ପି ଆଇ (ଏମଏଲ) ଲିବରେସନ ରାଜ୍ୟ କମିଟି ସଭ୍ୟ ତ୍ରିପତି ଗମାଙ୍ଗ ଓ ଅନାସିମ ଶବର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ବିରୋଧି ନିତିକୁ ସମାଲୋଚନା କରିବା ସହ ଫାସିଷ୍ଟ ମୋଦୀ ସରକାର କୁ ପରାସ୍ତ କରି ଗଣତନ୍ତ୍ର ଓ ସମ୍ବିଧାନକୁ ରକ୍ଷାକରିବା, ଜମି, ଜଳ, ଜଙ୍ଗଲ ଖଣିଜ ସମ୍ପଦକୁ କର୍ପୋରେଟ ହାତରେ ଟେକି ଦେବା, କେଦ୍ରର ମୋଦୀ ସରକାର ସମସ୍ତ ସମ୍ବିଧାନିକ ବିଧି ବ୍ଯବସ୍ଥାର ଉଲଘଂନ ସହ ଇଡି ସିବିଆଇ କୁ ଦଳୀୟ ସ୍ୱାର୍ଥ ରେ ବ୍ୟବହାର କରି ବିରୋଧୀ ମାନଙ୍କ କଣ୍ଠରୋଧ କରିବା, ସରକାର ଧର୍ମ ନିରପେକ୍ଷ ରାସ୍ତା ଛାଡି ଧର୍ମାନ୍ଦ ହିନ୍ଦୁ ରାଷ୍ଟ୍ର ଗଠନ କରିବା ଘଟଣା ବିରୁଦ୍ଧରେ ୧୮ ତାରିଖ ଦିନ ଗୂଣପୁର ଠାରେ ବିଶାଳ ସମାବେଶକୁ ସଫଳ କରିବା ପାଇଁ ଆହ୍ବାନ ଦେଇଛନ୍ତି । ଆଜିର ଏହି ପ୍ରସ୍ତୁତି ବୈଠକ ରେ ତ୍ରିପତି ଗମାଙ୍ଗ ପରିଚାଳନା କରିଥିବା ବେଳେ ଅନାସିମ ଶବର (ସମ୍ପାଦକ) ରାଇନା ଶବର, ମିଖାଇଲ ଶବର, ସଞ୍ଜୟ ଶବର, ମିନ ଶବର, ଗଣେଷ ଶବର ପ୍ରମୁଖ ସହଯୋଗ କରିଥିଲେ ।