କଇଁଫୁଲ ଗ୍ରାମରେ ଗଭୀର ନଳକୂପରେ ପଡି ବୃଦ୍ଧା ମୃତ

0
42
କଇଁଫୁଲ ଗ୍ରାମରେ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୪/୧୧) : ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କଇଁଫୁଲ ଗ୍ରାମ ରେ ଘଟିଛି ଏକ ଅଘଟଣ । ଏକ ଖୋଲା ଗଭୀର ନଳକୂପରେ ଖସି ପଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି ।Whatsapp Image 2023 11 14 At 17.55.39

ମୃତ ବୃଦ୍ଧା ଜଣକ ହେଲେ ଗୋବିନ୍ଦପୁର ଗ୍ରାମର ଦୁଃଖୀ ନେଗୀ (୭୦) । ସୂଚନା ଅନୁଯାଇ ମୃତକ ଜଣକ ନିଜ ଝିଅ ଘର ମୟୂରଉଡାନ ପଂଚାୟତ ର କଇଁପୁଲ ଗ୍ରାମ ନିକଟସ୍ଥ କସୁରପାଲି ଗ୍ରାମକୁ ଗତ ୨ମାସ ହେଲା ଆସିଥିଲେ । ତେବେ ଗତକାଲି ସକାଳ ପ୍ରାୟ ୮ଟା ରେ ବୃଦ୍ଧା ମହିଳା ଜଣକ କଇଁପୁଲ ଗ୍ରାମରେ ଥିବା ଏକ ବିଲକୁ ଝାଡୁ ତିଆରି କରିବାକୁ ବେଣା କାଟିବାକୁ ଯାଇ ଆଉ ଫେରି ନ ଥିଲେ । ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି ପରେ ସେଠାରେ ଥିବା ଏକ ବୋରୱେଲ ନିକଟ ରେ ଏକ ଦା ଏବଂ ବେନା ଗୋଛା ପଡିଥିବା ଦେଖି ବୋରୱେଲରେ ଖସି ପଡିଥିବା ପରିବାର ଲୋକ ଜାଣିଥିଲେ । ଆଜି ସକାଳୁ ଖବର ପାଇ ସଙ୍ଗେ ସଙ୍ଗେ ସୋନପୁର ବିଡ଼ିଓ ସୌମ୍ୟ ରଞ୍ଜନ ସ୍ୱାଇଁ ଓ ବ୍ଲକ ପ୍ରଶାସନ, ପୁଲିସ, ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ୍ଟ ଟିମ ସହାୟତା ରେ ପ୍ରଥମେ ଅକ୍ସିଜେନ ଦିଆଯିବା ସହ ୨୦ ଫୁଟ ତଳେ ଥିବା ବୃଦ୍ଧାଙ୍କୁ ରେସକ୍ଯୁ ଅପେରସନର ପ୍ରାୟ ୩ ଘଣ୍ଟା ପରେ ଉଦ୍ଧାର କରାଯାଇ ମୁର୍ମୁଷୁ ଅବସ୍ଥାରେ ସୋନପୁର ଡାକ୍ତରଖାନା ଅଣାଯାଇଥିଲା । ତେବେ ଡାକ୍ତରଖାନାରେ ତାଙ୍କୁ ମୃତ୍ୟୁ ଘୋଷଣା କରାଯାଇଛି ।

ତେବେ ଏଭଳି ଏକ ଅଭାବନୀୟ ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଥିବାବେଳେ ଘଟଣାର ଖବର ପାଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଘଟଣା ସ୍ଥଳରେ ପହଞ୍ଚି ପରିବାର ଲୋକ, ପ୍ରଶାସନ ସହିତ ଆଲୋଚନା କରି ବ୍ୟକ୍ତି ଗତ ଭାବେ ଆର୍ଥିକ ସହାୟତା କରିଛନ୍ତି l ମନ୍ତ୍ରୀ ଶ୍ରୀ ପୂଜାରୀ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଘଟଣା ସ୍ଥଳରେ ଉପସ୍ଥିତ ରହି ସମଗ୍ର କର୍ଯ୍ୟ ର ତର୍ଜମା କରୁଥିବା ଦେଖା ଯାଇଥିଵା ବେଳେ ପୁଲିସ ପକ୍ଷରୁ ଘଟଣା ର ତଦନ୍ତ ଆରମ୍ଭ କରାଯାଇଛି ।

ପ୍ରଥମେ ଉକ୍ତ ପରିବାରକୁ ୧୦ହଜାର ଟଙ୍କା, ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କା ସହାୟତା କରାଯାଇଥିବା ବେଳେ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ପାଇଁ ବ୍ଲକ ଓ ଜିଲ୍ଲା ପ୍ରଶାସନରୁ ତୁରନ୍ତ ଫାଇଲ ପ୍ରୋସେସିଂ ଆରମ୍ଭ କରାଯାଇଥିବା ବିଷୟ ଆଜି ବିଡ଼ିଓ ଶ୍ରୀ ସ୍ୱାଇଁ ମିଡ଼ିଆ କୁ ସୂଚନା ଦେଇଛନ୍ତି l ସୋନପୁର ଓ ତରଭା ଅଗ୍ନିଶମ ବିଭାଗ କର୍ମଚାରୀ ଵୃଦ୍ଧା ଙ୍କୁ ବଞ୍ଚାଇବାକୁ ଅକ୍ଲାନ୍ତ ପରିଶ୍ରମ କରିଥିଲେ l ପ୍ରକାଶଯୋଗ୍ୟ ଯେ ଏଭଳି ଗଭୀର ନଳକୂପ ରେ ପଡି ମୃତ୍ୟୁ ବରଣ କରିବା ଓଡ଼ିଶାରେ ଏହ ପ୍ରଥମ ଘଟଣା ହୋଇଥିଲା ବେଳେ ଯାହାର ଭୂଲଯୋଗୁଁ ଏଭଳି ଘଟଣା ଘଟିଛି ତାହା ଅନୁସନ୍ଧାନ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣ ରେ ଦାବି ହୋଇଛି ।