ପାତାଳୀ କ୍ଷେତ୍ରରେ ଚିତ୍ର ଶିବିର ଅନୁଷ୍ଠିତ

0
36
ପାତାଳୀ କ୍ଷେତ୍ରରେ

ରିପୋର୍ଟ : ପ୍ରେମାନନ୍ଦ ନାଏକ//ରାଜେଶ ବାଘ
ସୁବର୍ଣ୍ଣପୁର, (୧୫/୧୧) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଶ୍ରୀ ପାତାଳୀ କ୍ଷେତ୍ରରେ ଆଜି “ପାତାଳୀ ବ୍ରହ୍ମ “ଚିତ୍ର ଶିବିର ଅନୁଷ୍ଠିତ ହୋଇଥିଲା ।

ସାରା ଭାରତ ରୁ ଆସିଥିବା ବିଖ୍ୟାତ ଚିତ୍ର ଶିଳ୍ପୀଙ୍କୁ ନେଇ ଦୁଇ ଦିନିଆ ଚିତ୍ରକଳା ଶିବିର ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟଅତିଥି ଭାବେ ଉଲୁଣ୍ଡା ବିଡ଼ିଓ କରିସ୍ମା ବେସ୍ରା ଯୋଗ ଦେଇ ଥିଲେ । ଚିତ୍ରଶିଳ୍ପୀ ସୁବାଷ ପୂଜାହାରୀଙ୍କ ନେତୃତ୍ବରେ ଜଗନ୍ନାଥ ସଂସ୍କୃତି ର ଗବେଷକ ଅସିତ କୁମାର ମହାନ୍ତି, ଚିତ୍ରଗୁରୁ ବଳଦେବ ମହାରଥା ଯୋଗ ଦେଇଥିଲେ । ଉତ୍ତର କୁମାର ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପୂର୍ଣ୍ଣଚନ୍ଦ୍ର ପାଢୀ ସଭା ସଂଯୋଜନା ଓ ଧନ୍ୟବାଦ ଅର୍ପଣ କରିଥିଲେ । ଚିତ୍ର ମାଧ୍ୟମରେ ପାତାଳୀ କ୍ଷେତ୍ରର ପ୍ରଚାର ପ୍ରସାର କିଭଳି ଭାବରେ ବିଶ୍ଵ ଦରବାରରେ ପହଞ୍ଚିବ ଏହା ହିଁ ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡିଛି । ପରେ ଚିତ୍ର ଶିଳ୍ପୀ ସୁବାଷ ପୂଜାହାରୀ, ସରୋଜ ମହାପାତ୍ର, ଶ୍ୟାମସୁନ୍ଦର, ନୂଆଦିଲ୍ଲୀ ଚିତ୍ର ଶିଳ୍ପୀ ପ୍ରଦୋଷ କୁମାର ସ୍ଵାଇଁ ଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ଜଗନ୍ନାଥ ମହାପ୍ରଭୁଙ୍କ ଚିତ୍ର ସମସ୍ତେ ଦେଖିଥିଲେ । ଚିତ୍ରକଳା ଶିବିରରେ କଳାକାର ତଥା ଚିତ୍ର ଶିଳ୍ପୀଙ୍କ ତୂଳୀର ଯାଦୁ ରେ ଜଗନ୍ନାଥ ସଂସ୍କୃତି ଉପରେ ଚିତ୍ର ଅଙ୍କନ କରାଯାଇଛି । ଏହି ଅବସରରେ ଶହଶହ ଚିତ୍ର ଶିଳ୍ପୀ ଉପସ୍ଥିତ ଥିଲେ ।