ଲୋମସଧାରୀ ରେବତୀଙ୍କୁ ବିଜୁ ପକ୍କାଘର ମିଳିବ କେବେ ?

0
36
ଲୋମସଧାରୀ ରେବତୀଙ୍କୁ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୬/୧୧) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତଳଗାଁ ପଞ୍ଚାୟତ ବଣପାହାଡ଼ ଘେରା ଖଳିସାହି ଗ୍ରାମରେ ରହୁଛି ବାପ ମା ଛେଉଣ୍ଡ ଲୋମସ ଧାରୀ ରେବତୀ l

ଯାହାକି ରେବତୀ ପାଇଁ ଦିନେ ସାରାରାଜ୍ୟରେ ଚର୍ଚ୍ଚା ହୋଇ ପଡିଥିବାବେଳେ ଆଜି ସେହି ରେବତୀ ର ଦୁଃଖ କୁ କେହି ଶୁଣିବା ପାଇଁ ନାଁହାନ୍ତି l ଯାହାକି ଏହା ପୂର୍ବରୁ ବୌଦ୍ଧରେ ଥିଲେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ l ସେ ରେବତୀର ଏକ ବିଜୁ ପକ୍କା ଘର କରିବା ପାଇଁ ଗୋଟିଏ ଠିକା ସଂସ୍ଥା ଏଆରଏସ ଏସ କୁ ନିର୍ଦ୍ଦେଶ ଦେଇଥିଲେ l ହେଲେ ଜିଲ୍ଲାପାଳଙ୍କ କଥାକୁ ରକ୍ଷା କରି ବାଲି ଟ୍ରାକ୍ଟର ଦ୍ଵାରା ଏକ ଟ୍ରିପ ପକାଇ ଦେଇ କାମ ସାରି ଚୁପ ହୋଇ ରହିଗଲେ l ରେବତୀ ରହୁଛି ଏକ ଝମ୍ପୁଡ଼ି ଝାଟି ମାଟି ଘରେ l ବହୁବାର ରେବତୀ ଭେଟିଥିଲା ଜିଲ୍ଲାପାଳଙ୍କୁ l ସଂଗେ ସଂଗେ ସବୁ କିଛି ଯଥା ଶୀଘ୍ର କରାଯିବ କିନ୍ତୁ ଦୀର୍ଘ ୧୦/୧୨ ବର୍ଷ ରେବତୀ ର ଦୁଃଖ କୁ ବିଭିନ୍ନ ଗଣମାଧ୍ୟମ ଜରିଆରେ ଜିଲ୍ଲା ପ୍ରଶାସନ କୁ ଚେତେଇ ଦିଆଯାଉଛି l ହେଲେ ୨ ମାସ ପୂର୍ବରୁ ରୁ ହରଭଙ୍ଗା ବି ଡି ସସ୍ମିତା ନାୟକ ଖଳିସାହି ରେ ପହଞ୍ଚି ରେବତୀ କୁ ହାତରେ ୨୦ ହଜାର ଟଙ୍କା ଦେଇ ଥିଲେ l ହେଲେ ଯଦି ରେବତୀ ପାଇଁ ଏକ ବିଜୁ ପକ୍କାଘର ଏବଂ ମାସକୁ ୩୫ କେଜି ଚାଉଳ ଯୋଗାଇ ଦିଆଯାଇପାରନ୍ତା ତା ହେଲେ ଯେଉଁ ଛେଳି ଗାଈ ନେଇ ଜଙ୍ଗଲରେ ସକାଳ ପାହିଲେ ସେ ଯାଉଛି ତାହା ଟିକେ ଦୂର ହୋଇ ପାରିବ ବୋଲି ଗ୍ରାମ ବାସୀ କହୁଛନ୍ତି l ଦେଖାଯାଉ ରେବତୀ ପାଇଁ ଅନ୍ତ୍ୟୋଦୟ ଚାଉଳ ଏବଂ ବିଜୁପକ୍କା ଘର କେବେ ମିଳୁଛି l