ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଜନ ଆକ୍ରୋଶ କାର୍ଯ୍ୟକ୍ରମରେ ହରଭଙ୍ଗା ବ୍ଲକ ଘେରାଓ

0
59
ବୌଦ୍ଧ ଜିଲ୍ଲା ବିଜେପି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୬/୧୧) : ଭାରତୀୟ ଜନତା ପାର୍ଟି ବୌଦ୍ଧ ଜିଲ୍ଲା ତରଫରୁ ଆୟୋଜିତ ଜନ ଆକ୍ରୋଶ କାର୍ଯ୍ୟକ୍ରମରେ ହରଭଙ୍ଗା ବ୍ଲକ୍ ଅଫିସ୍ ସମ୍ମୁଖରେ ବିକ୍ଷୋଭ କରିବା ସହିତ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l

ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସଭାପତିତ୍ବରେ ଏହି ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା l ବ୍ଲକ୍ ଅଫିସ୍ ରେ ବ୍ୟାପକ ଅନିୟମିତତା, ଦୁର୍ନୀତି ଭ୍ରଷ୍ଟ।ଚାର ବଢି ଚାଲିଛି । କେନ୍ଦ୍ରୀୟ ଯୋଜନାକୁ ଆତ୍ମସାତ କରାଯାଇ ରାଜ୍ୟ ବିଜେଡି ସରକାର ବାହାବା ନେଉଛନ୍ତି ବୋଲି ଜିଲ୍ଲା ବିଜେପି ସଭାପତି ତାଙ୍କ ଭାଷଣ ରେ କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ବିଜେପି ଉପ ସଭାନେତ୍ରୀ ଶ୍ରୀମତୀ ଡ. ଲେଖାଶ୍ରୀ ସାମନ୍ତ ସିଂହାର ଯୋଗଦାନ୍ କରି ତାଙ୍କ ଅଭିଭାଷଣରେ ଓଡ଼ିଶା ସରକାରଙ୍କ ଜଙ୍ଗଲ ଶାସନ, ପ୍ରିୟାପ୍ରୀତି ସହିତ ଅଣ ଓଡ଼ିଆ ତାମିଲ ଶାସନ ଉପରେ ଆଧାରିତ ବ୍ୟାପକ ଅନିୟମିତତା ଦୁର୍ନୀତି ଭ୍ରଷ୍ଟାଚାର ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ନବୀନ ବାବୁ ଙ୍କ ଶାସନ କାଳରେ ଓଡ଼ିଶା ସରକାର ରେ ବ୍ୟାପକ ଦୁର୍ନୀତି ଅଭିଯୋଗ ସବୁ କୁ ଗୋଟି ଗୋଟି ବର୍ଣ୍ଣନା କରି ଅଭି ଭାଷଣ ଦେଇଥିଲେ ।

ଆଜିର ଏହି କାର୍ଯ୍ୟକ୍ରମକୁ କର୍ଣ୍ଣେଲ ଶ୍ରୀ ଶିଶିର କୁମାର ଘୋଷ ପରିଚାଳନା କରିବା ସହିତ ବ୍ଲକ୍ ଅଫିସ୍ ରେ ବ୍ୟାପକ ଅନିୟମିତତା ଦୁର୍ନୀତି ଭ୍ରଷ୍ଟାଚାର ଅଭିଯୋଗ କୁ ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ l ଆଜିର ଏହି ଜନ ଆକ୍ରୋଶ କାର୍ଯ୍ୟ କ୍ରମରେ ହଜାର ହଜାର ଦଳୀୟ କର୍ମକର୍ତ୍ତା ଓ ଜନ ସାଧାରଣ ଯୋଗଦାନ୍ କରି ଥିଲେ ସର୍ବ ଶ୍ରୀ ମାଗୁଣି ଗାଈଗୌରୀଆ, ସୁଶାନ୍ତ କୁମାର ପ୍ରଧାନ, ବିକାଶ ମହାକୁଡ, ସଂଜିତ୍ ମଣ୍ଡଳ , ରମେଶ ମହାନ୍ତି, ବାମନ ବାରିକ ତପନ କୁମାର ଡାଙ୍ଗ, ଶମ୍ଭୁ ପ୍ରଧାନ, ଶାନ୍ତି ଦନ୍ତା, ସୁକାନ୍ତ ପାଣିଗ୍ରାହୀ , ସୂର୍ଯ୍ୟନାରାୟଣ ମହାପାତ୍ର, ସଂଗ୍ରାମ ବେହେରା , ମନ ରଞ୍ଜନ ଦାସ , ନମିତା ରାଣୀ ଦାସ, ପ୍ରେମାନନ୍ଦ ମିଶ୍ର , ତାପସ କୁମାର ପଟ୍ଟନାୟକ, ପ୍ରଭୁତି ବହୁ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।