ଇସ୍ପାତ କାରଖାନାରେ ବିସ୍ଫୋରଣ; ଜଣେ ଶ୍ରମିକ ମୃତ, ୨ ଗୁରୁତର

0
35
ଇସ୍ପାତ କାରଖାନାରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁନ୍ଦରଗଡ, (୧୬/୧୧) : ରାଉରକେଲା କଲୁଙ୍ଗା ଶୁଭମ୍‌ ଇସ୍ପାତ କାରଖାନାରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି ।

ଆହତ ଶ୍ରମିକଙ୍କୁ ରାଉରକେଲାର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ମୃତ ଶ୍ରମିକ ଜଣଙ୍କ ହେଲେ ଚିନ୍ମୟ ବେହେରା । ତାଙ୍କ ଘର ଯାଜପୁର ଜିଲ୍ଲାରେ । ଦୁଇ ଜଣ ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି । ଗ୍ୟାସ୍‌ ପାଇପ୍‌ ଲିକ୍‌ ହେବା ଯୋଗୁଁ ବିସ୍ଫୋରଣ ହୋଇଥିବା ସୂଚନା ରହିଛି । ଗତକାଲି ବିଳମ୍ବିତ ଏହି ଅଘଟଣ ଘଟିଛି । ଏହି ଇସ୍ପାତ କାରଖାନାରେ ୧୦୦ରୁ ଅଧିକ ଶ୍ରମିକ କାମ କରନ୍ତି । ଏହି ବିସ୍ଫୋରଣରେ ଅନ୍ୟମାନଙ୍କର କିଛି ହୋଇ ନାହିଁ । ପୁଲିସ ଘଟଣାର ତଦନ୍ତ କରୁଛି । ଏହାସହ ମୃତକ ପରିବାରକୁ ପୁଲିସ ମାଧ୍ୟମରେ ଖବର ଦିଆଯାଇଛି ।