ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ର ଶୁଭାରମ୍ଭ

0
52
ଜିଲ୍ଲାସ୍ତରୀୟ ମତ୍ସ୍ୟ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୯/୧୧) : ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ତଥା ଜିଲ୍ଲାପ୍ରଶାସନ ସୁବର୍ଣପୁର ତରଫରୁ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ଦ୍ବାରା ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପାଣିସମ୍ପଦ ମେଳା ଆଜି ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଶୁଭାରମ୍ଭ ହୋଇଯାଇଛି lWhatsapp Image 2023 11 19 At 19.45.35

ମୁଖ୍ୟ ଅତିଥିଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁପାର ଠେଲା ଯୋଗଦାନ କରି ଥିବା ବେଳେ ସମ୍ମାନିତ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ, ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା , ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଡ ରତ୍ନାକର ରାଉତ, ସି ଡି ଭି ଓ, ପ୍ରସନ୍ନ କୁମାର ପଟ୍ଟନାୟକ ଜିଲ୍ଲା ମତ୍ସ୍ୟ ଅଧିକାରୀ, କେ ଭି କେ କୃଷି ବୈଜ୍ଞାନିକ ତ୍ରିନାଥ ଖଣ୍ଡାୟତ ରାୟ ପ୍ରମୁଖ ଯୋଗଦାନ କରି ମତ୍ସ୍ୟ ପ୍ରାଣୀସମ୍ପଦର ଅଭିବୃଦ୍ଧିରେ ଜିଲ୍ଲାର ଚାଷୀଙ୍କ ସମୃଦ୍ଧି ହୋଇପାରିବ ବୋଲି ମତବ୍ୟକ୍ତ କରିଛନ୍ତି l ଚାଷୀ ଭାଇ ମାନେ ପାରମ୍ପରିକ ଚାଷ ତୁଳନାରେ ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ଚାଷ ଅଧିକ ଅର୍ଥ ଲାଭକାରୀ ହେତୁ ଜିଲ୍ଲାର ଚାଷୀମାନେ ସରକାରଙ୍କ ବିଭିନ୍ନ ଯୋଜନାରେ ଏହାର ଲାଭ ଉଠାଇବାକୁ ପରାମର୍ଶ ଦେଇଛନ୍ତିl ମେଳାରେ ମତ୍ସ୍ୟ, ପାଣିସମ୍ପଦ ବିଭାଗ ସହ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟକ୍ରମର ପ୍ରଦର୍ଶନୀ ଆୟୋଜିତ ହେବା ସାଙ୍ଗକୁ ଜୀବନ୍ତ ପ୍ରାଣୀ ଓ ମତ୍ସ୍ୟ ସମ୍ପଦର ପ୍ରଦର୍ଶନ କରାଯାଇଛି ।

କାର୍ଯ୍ୟକ୍ରମ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ମତ୍ସ୍ୟ ଓ ପାଣିସମ୍ପଦ ବିକାଶ ରେ ସଫଳ ଚାଷୀ ଉମେଶ କୁମାର ପୂଜାରୀ, ଏମ ଡି ମା ପୋଲଟାରୀ ଫାର୍ମ ରାମପୁର, ଡୁଙ୍ଗୁରିପାଲି ବ୍ଲକ, ତରଭା ବ୍ଲକ ର ଗୀତାଞ୍ଜଳି ରଣା ଙ୍କୁ ମାଛ ବିହନ ଉତ୍ପାଦନ ପାଇଁ, ଉଲୁଣ୍ଡା ର ମାଁ ମେଟାକାନି ଏସ ଏଚ ଜି ଙ୍କୁ ଗ୍ରାମ ପୋଖରୀ ରେ ମାଛ ଚାଷରେ ସଫଳତା ନିମନ୍ତେ ଅତିଥି ବୃନ୍ଦ ସମ୍ବର୍ଦ୍ଧିତ କରିଥିଲେ l ପୁନଶ୍ଚ ପ୍ରାଣୀ ପାଳନ ଓ ମତ୍ସ୍ୟଚାଷୀଙ୍କ ସଫଳ କାହାଣୀ ସହିତ ମତ୍ସ୍ୟ ଓ ପ୍ରାଣୀ ପାଳନ ବିକାଶ ବିଭାଗର ବିଭିନ୍ନ ଯୋଜନା, ନୂତନ ଜ୍ଞାନ କୌଶଳ ର ବ୍ୟବହାର ର ସଫଳ କାର୍ଯ୍ୟକାରିତା ନିମନ୍ତେ ବିଶେଷଜ୍ଞମାନେ ଉପସ୍ଥିତ ଚାଷୀଙ୍କୁ ଉପଯୋଗୀ ପରାମର୍ଶ ପ୍ରଦାନ କରି ଚାଷୀଙ୍କ ସହ ଭାବବିନିମୟ କରିଥିଲେ l

ଆଜିର ଏହି କାର୍ଯ୍ୟକ୍ରମ ରେ ବିଭାଗ ର ମମତା ପଣ୍ଡା ସଂଯୋଜନା କରିଥିବା ବେଳେ, ଦେବାଶିଷ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ଅବସରରେ ଡ କମଳଲୋଚନ ଦାଶ, ଏ ଡି ଭି ଓ,ଡ ଦୁର୍ଗା ପ୍ରସାଦ ତ୍ରିପାଠୀ, ଏସ ଡି ଭି ଓ, ଡ ସୁନାକର ସାମଲ, ଡେପୁଟି ଡିରେକ୍ଟର ହସ୍ପିଟାଲ, ଡ ସୁଧୀର କୁମାର ପଣ୍ଡା, ଏଡିଭିଓ, ପ୍ରାଣୀ ମଙ୍ଗଳ ପ୍ରମୁଖ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ ଆରମ୍ଭରେ ଭୀମଭୋଇ କଲାପରିଷଦ ର କଳାକାର ମାନଙ୍କ ଦ୍ୱାରା ଆବାହନୀ ସଙ୍ଗୀତ ଗାନ କରାଯାଇଥିବା ବେଳେ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ଦ୍ୱାରା ଆୟୋଜିତ ପାରମ୍ପରିକ ଲୋକ ଗୀତ ନୃତ୍ୟ ପରିବେଷଣ କରାଯାଇଥିଲା l