ରାସ୍ତା ପାର ହେଉଥିଲେ ବୃଦ୍ଧା, ଚଢ଼ିଗଲା ବସ୍‌

1
41
ରାସ୍ତା ପାର ହେଉଥିଲେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୨୨/୧୧) : ରାସ୍ତା ପାର ହେଉଥିବା ବେଳେ ବୃଦ୍ଧାଙ୍କ ଉପରେ ଚଢ଼ିଗଲା ବସ୍‌ । ଫଳରେ ଘଟଣାସ୍ଥଳରେ ହିଁ ଚାଲିଗଲା ଏପରି ଏକ ଦୁଃଖଦ ଘଟଣା ଆଜି ସକାଳେ ଭଦ୍ରକ ଜିଲ୍ଲା ବନ୍ତ ଛକ ନିକଟରେ ଘଟିଛି ।

ମୃତ ବୃଦ୍ଧାଜଣକ କନକ ଦାସ ବୋଲି ଜଣାଯାଇଛି । କନକଙ୍କ ଘର ଆଗରପଡା ଥାନା ଅଧିନ ଵିଶଲପଟାରେ। ଦୁର୍ଘଟଣା ଘଟାଇଥିବା ‘ସମ୍ପର୍କ’ ବସ୍‌କୁ ପୁଲିସ୍‌ ଜବତ କରିଛି। ବୃଦ୍ଧାଜଣକ ନିଜ ଘରୁ ବସ୍‌ ଯୋଗେ ବନ୍ତରେ ପହଞ୍ଚିଥିଲ । ଏହାପରେ ସେ ଚାଲି ଚାଲି ରାସ୍ତା ପାର୍‌ ହେଉଥିଲେ । ଉକ୍ତ ସମୟରେ ଦ୍ରୁତ ଗତିରେ କେନ୍ଦୁଝରରୁ ଭଦ୍ରକ ଅଭିମୁଖେ ଆସୁଥିବା ‘ସମ୍ପର୍କ’ ନାମକ ବସ୍‌ ତାଙ୍କୁ ଧକ୍କା ଦେଇଥିଲ । ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା ।

ଏହାକୁ ନେଇ ବନ୍ତ ଛକରେ ଚାପା ଉତ୍ତେଜନା ଲାଗି ରହିଥିଲା । ଘଟଣାସ୍ଥଳରେ ଟାଉନ ଥାନା ପୁଲିସ୍‌ ପହଞ୍ଚି ବସକୁ ଜବତ କରିଛି । ଏଥିସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଖବର ପାଇ ମୃତା ମହିଳାଙ୍କ ପରିବାର ମେଡିକାଲରେ ପହଞ୍ଚିଥିବା ବେଳେ ସେଠାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

1 COMMENT

Comments are closed.