ଗାଧୋଇ ଫେରୁଥିବା ବେଳେ ବାପଝିଅଙ୍କୁ ଆକ୍ରମଣ କଲା ହାତୀ

1
38
ଗାଧୋଇ ଫେରୁଥିବା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୨୨/୧୧) : ବନଖଣ୍ଡ ଭୂଇଁୟା ଜୁଆଙ୍ଗ ପିଢ଼ ବନାଞ୍ଚଳ ତରମାକାନ୍ତ ପଞ୍ଚାୟତ ଜଳଡ଼ିହା ଗାଁ’ରେ ହାତୀ ଆକ୍ରମଣରେ ବାପଝିଅ ଆହତ ହୋଇଛନ୍ତି ।

ଝିଅର ଅବସ୍ଥା ଗୁରୁତର ରହିଛି । ଆହତ ଦ୍ୱୟ ହେଉଛନ୍ତି ଜଳଡ଼ିହା ଗାଁ ମାଣିକସାହିର ପ୍ରଦୀପ ମୁଣ୍ଡା ଓ ତାଙ୍କ ୮ ବର୍ଷର ଝିଅ ରଶ୍ମିତା । ପ୍ରଦୀପ ଓ ତାଙ୍କ ଝିଅ ମାଣିକସାହି ପାଖ ରାଣୀମା ନାଳକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇ ସାରି ସେମାନେ ସାଇକେଲ୍‌ରେ ଫେରୁଥିବା ବେଳେ ଏକ ଦନ୍ତା ହାତୀ ସେମାନଙ୍କୁ ଆକ୍ରମଣ କରିଥିଲା । ହାତୀର ଆକ୍ରମଣରେ ପ୍ରଦୀପ କିଛି ଦୂରକୁ ଛିଟିକି ପଡ଼ିଥିବା ବେଳେ ରଶ୍ମିତା ସାଇକେଲ୍‌ ସହିତ ପଡ଼ି ଯାଇଥିଲେ । ହାତୀ ସାଇକେଲ୍‌ଟିକୁ ଶୁଣ୍ଢରେ ଉଠାଇ ଫୋପାଡ଼ି ଦେଇଥିଲା । ତା’ପରେ ରଶ୍ମିତାଙ୍କୁ ଆକ୍ରମଣ କରିଥିଲା । ସେହି ସମୟରେ ଜୋରରେ ଚିତ୍କାର କରିଥିଲେ ପ୍ରଦୀପ । ହାତୀଟି ସେଠାରୁ ଚାଲି ଯାଇଥିଲା । ତେବେ ସେତେବେଳକୁ ରଶ୍ମିତା ଗୁରୁତର ଆହତ ହୋଇସାରିଥିଲେ । ଉଭୟଙ୍କୁ ବାଂଶପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରଶ୍ମିତାଙ୍କ ଡାହାଣ ହାତ ଓ ଗୋଡ଼ ଭାଙ୍ଗି ଯାଇଛି ।

1 COMMENT

Comments are closed.