ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ସବ୍‌-ଇନ୍ସପେକ୍ଟର

0
42
ଲାଞ୍ଚ ନେଉଥିବା ବେଳେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବୌଦ୍ଧ, (୨୨/୧୧) : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବୌଦ୍ଧ ଜିଲ୍ଲା ବାଉଁସୁଣି ଥାନା ସବ୍‌-ଇନ୍ସପେକ୍ଟର ବିକ୍ରମ କିଶୋର ଦେହୁରୀ । ୧୫ ହଜାର ଲାଞ୍ଚ ନେଉଥିବା ବେଳେ ସେ ଧରାପଡ଼ିଛନ୍ତି ।

ଏକ ଜବତ ବାଇକ୍‌କୁ ଛାଡ଼ିବାକୁ ସେ ଫୋନ୍ ପେ’ରେ ଲାଞ୍ଚ ଅର୍ଥ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଉକ୍ତ ଜବତ ଗାଡ଼ିକୁ ଛାଡ଼ିବା ପାଇଁ କୋର୍ଟ ଅନୁମତି ଦେଇଥିବା ସତ୍ତ୍ୱେ ସେ ଲାଞ୍ଚ ମାଗିଥିଲେ । ଏହି ଗାଡ଼ି ପାଇଁ ସେ ପୂର୍ବରୁ ମଧ୍ୟ ୨୦ ହଜାର ନେଇଥିବା ସୂଚନା ମିଳିଛି ।