ସ୍ଵମନିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

0
40
ସ୍ଵମନିତ ଯୁବ ବିକାଶ

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୨୨/୧୧) : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଜୀବନ ଜ୍ୟୋତି ମହାବିଦ୍ୟାଳୟ ଠାରେ ରାଜ୍ୟ ସରକାରଙ୍କ ଯୁବ ଏବଂ କ୍ରିଡା ବିଭାଗ ତରଫରୁ “ଯୁବ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଅଛି ।

ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରାଧ୍ୟାପକ ସଂକର୍ଷଣ ସାହୁ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ସଭାପତି ରାଜମୋହନ ଦିଗାଳ ମୁଖ୍ୟ ଅତିଥି ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ ସଂମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ସ୍ଵମନିତ ଯୁବ ବିକାଶ ନିମନ୍ତେ # ନୂଆ – ଓ “ଯୁବ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ ଆବଶ୍ୟକ ଥିବା ଓ ସ୍ଵମନିତ ଯୁବ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ସାମାଜିକ, ସାଂସ୍କୃତିକ, କ୍ରିଡା କ୍ଷେତ୍ରରେ ବିକଶିତ କରିବା ମୂଳ ଲକ୍ଷ ଏବଂ ଉଦ୍ଦେଶ୍ୟ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଡିସେମ୍ବର ୬ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ପ୍ରାଧ୍ୟାପକ ପ୍ରଭାକର ରାଜୁ , ଉମାଶଙ୍କର ରଥ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳାନା କରିଥିଲେ । ଅଧ୍ୟାପିକା ମଞ୍ଜୁଳା ସାହୁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।