ଫୁଲ ତୋଳିବାକୁ ଯାଇଥିଲେ ବୃଦ୍ଧା, ଟେକି କଚାଡ଼ି ଦେଲା ଷଣ୍ଢ

0
33
ଫୁଲ ତୋଳିବାକୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୨୨/୧୧) : ଫୁଲ ତୋଳିବାକୁ ଭୋରରୁ ଘରୁ ବାହାରିଥିଲେ ବୃଦ୍ଧା। ଫୁଲ ତୋଲି ଆଣିଥିଲେ ଠାକୁର ପୂଜା କରିଥାନ୍ତେ। କିନ୍ତୁ ଏହା ପୂର୍ବରୁ ସବୁ ଓଲଟପାଲଟ ହୋଇଗଲା । ଏକ ମାରଣା ଷଣ୍ଢ ଆକ୍ରମଣରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଏପରି ଏକ ଦୁଃଖଦ ଘଟଣା ଓ ଅଭାବନୀୟ ଘଟଣା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ପଥର ଆଡିରେ ଘଟିଯାଇଛି । ପଥରଆଡି ଅଞ୍ଚଳର ବୃଦ୍ଧାଜଣକ ଆଜି ଭୋରରୁ ଫୁଲ ତୋଳିବାକୁ ଘର ପାଖକୁ ଯାଇଥିଲେ । ମାତ୍ର ଉକ୍ତ ସମୟରେ ଏକ ମାରଣା ଶଣ୍ଢ ସେଠାରେ ପହଞ୍ଚି ତାଙ୍କୁ ଭୁଷି ଦେଇଥିଲା । ବୃଦ୍ଧାଙ୍କ ଚିତ୍କାର ଶୁଣି ଆଖପାଖ ଲୋକେ ଦୌଡ଼ି ଆସିଥିଲେ । ଏହାପରେ ଷଣ୍ଢଟିକୁ ସେମାନେ ସେଠାରୁ ଘଉଡ଼ାଇ ଦେଇଥିଲେ ।ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ଉକ୍ତ ଅଞ୍ଚଳର ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଷଣ୍ଢ ଆକ୍ରମଣରେ ଗୁରୁତର ହୋଇ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଗତ କିଛି ଦିନ ଧରି ଉକ୍ତ ଅଞ୍ଚଳରେ ମାରଣା ଷଣ୍ଢ ବୁଲିବା ସହ ଲୋକଙ୍କୁ ମାରିବା ପାଇଁ ଗୋଡାଉଥିଲା। ଷଣ୍ଢ ଭୟରେ ଲୋକ ମାନେ ବାହାରିବାକୁ ଭୟ କରୁଥିଲେ । ଏବେ ଏପରି ଏକ ଘଟଣା ପରେ ଲୋକେ ଅତ୍ୟଧିକ ଭୟଭୀତ ହୋଇ ଯାଇଛନ୍ତି। ଉକ୍ତ ମାରଣା ଷଣ୍ଢଟିକୁ ତୁରନ୍ତ ଘଉଡ଼ାଇବା ନିମନ୍ତେ ସେମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି।