ଆଉ ଚାଲାଣ କାଟି ପାରିବେନି ଟ୍ରାଫିକ୍‌ ଆସି

0
53
ଆଉ ଚାଲାଣ କାଟି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୨/୧୧) : ଆଉ ଚାଲାଣ କାଟି ପାରିବେନି ଟ୍ରାଫିକ୍‌ ଏଏସ୍‌ଆଇ । ସେହିପରି ଜରିମାନା ମଧ୍ୟ ଆଦାୟ କରିପାରିବେନି ।

ଗାଡ଼ି ଚାଳକଙ୍କ ଠାରୁ ଟ୍ରାଫିକ ASIଙ୍କ ଦ୍ୱାରା ଯେଉଁ ଇ-ଚାଲାଣ ଓ ଜରିମାନା ଆଦାୟ ନିଷ୍ପତ୍ତି ହୋଇଥିଲା, ତାକୁ ରାଜ୍ୟ ପରିବହନ ପ୍ରାଧିକରଣ ପ୍ରତ୍ୟାହାର କରିନେଇଛି । ପୂର୍ବରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା ଯେ, ନିୟମ ଉଲ୍ଲଘଂନ ପାଇଁ ଟ୍ରାଫିକ ASI ମାନେ ମଧ୍ୟ ଜରିମାନା ଆଦାୟ ଓ ଇ-ଚାଲାଣ କାଟିପାରିବେ । ଗତ ସେପ୍ଟେମ୍ୱର ୧୩ରେ ଏଭଳି ନିର୍ଦ୍ଦେଶାନାମା ଜାରି କରିଥିଲା ରାଜ୍ୟ ପରିବହନ ପ୍ରାଧିକରଣ- STA । ତେବେ ଗତକାଲି ଏହି ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରାଯାଇଛି । ରାଜ୍ୟର ସମସ୍ତ ଆରଟିଓ ଏବଂ ଅତିରିକ୍ତ ଆରଟିଓଙ୍କୁ ରାଜ୍ୟପରିବହନ ପ୍ରାଧିକରଣ ପକ୍ଷରୁ ଚିଠି ଲେଖି ଏନେଇ ସୂଚନା ଦିଆଯାଇଛି ।