ରାତି ଅଧରେ କଣ୍ଟେନରରେ ଲାଗିଲା ନିଆଁ, ଜଳିଗଲା ଦୁଇ ଟ୍ରକ୍‌

0
47
ରାତି ଅଧରେ କଣ୍ଟେନରରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଜଗତସିଂହପୁର, (୨୨/୧୧) : ଜଗତସିଂପୁର ଜିଲ୍ଲା ପାରାଦୀପ ଉଦୟବିହାର ନିକଟରେ ଗତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି ।

ଏକ ଡିଜେଲ ବୋଝେଇ କଣ୍ଟେନରରେ ହଠଶତ୍‌ ନିଆଁ ଲାଗିବାରୁ ତାହା ପାଖରେ ଥିବା ୨ଟଇ ଟ୍ରକ୍‌ ବି ହୁତୁହୁତ ହୋଇ ଜଳି ପାଉଁଶ ହୋଇଯାଇଛି । ଅଗ୍ନିଶମ କର୍ମଚାରୀ ରାତି ଅଧରେ ପହଞ୍ଚି ନିଆଁ ଲିଭାଇଥିବା ବେଳେ ସକାଳ ୮ଟାରେ ପୁଣି ଥରେ ସେଠାରେ ନିଆଁ କୁହୁଳିଥିବା ଜଣାଯାଇଛି । ପାରାଦୀପ ଉଦୟବିହାର ନିକଟସ୍ଥ ଏକ ଗ୍ୟାରେଜ ନିକଟରେ ଏକ କଣ୍ଟେନର ରହିଛି । ଉକ୍ତ କଣ୍ଟେନରରେ ପ୍ରାୟ ୧୨ ହଜାର ଲିଟରରୁ ଊର୍ଦ୍ଧ୍ୱ ଚୋରା ଡିଜେଲ ଥିବା ଜଣାଯାଇଛି । ଗତକାଲି ଉକ୍ତ ଗ୍ୟାରେଜକୁ ମରାମତି ନିମନ୍ତେ ଦୁଇଟି ଟ୍ରକ ଯାଇଥିଲା ।

ବିଳମ୍ବିତ ରାତି ପ୍ରାୟ ୨ଟା ପରେ ହଠାତ୍‌ କଣ୍ଟେନରରେ ନିଆଁ ଲାଗି ଯାଇଥିଲା । ନିଆଁ ଆଖି ପିଛୁଳାକେ ମାଡ଼ି ଯାଇଥିବା ବେଳେ ଟ୍ରକ୍‌ ୨ଟି ବି ଜଳି ଯାଇଥିଲା । ଖବର ପାଇ ୪ଟି ଦମକଳ ଗାଡ଼ି ପହଞ୍ଚି ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରିଥିଲେ । ଏହାର ପ୍ରାୟ ୪ ଘଣ୍ଟା ପରେ କଣ୍ଟେନରରେ ବଳକା ଥିବା ଡିଜେଲ କୁହୁଳି ସେଥିରେ ପୁଣି ଥରେ ନିଆଁ ଲାଗି ଯାଇଥିଲ । ଫଳରେ କୁଜଙ୍ଗରୁ ପୁଣି ଥରେ ୩ଟି ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଉକ୍ତ କଣ୍ଟେନରରେ ଦୀର୍ଘ ଦିନ ହେବ ଚୋରା ତେଲ କାରବାର ଚାଲିଥିବା ବେଳେ ପୁଲିସ୍‌ କିପରି ଟେର ପାଇପାରୁନି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।