ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ଯୁବକ

0
41
ଦେହରେ ପେଟ୍ରୋଲ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୨୨/୧୧) : ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ବୋରଦା ଗାଁ’ରେ ଆଜି ଜଣେ ଯୁବକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି । ତାଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କ ନାଁ ପୁନିଆ ଗୌଡ଼ ।

ପୁନିଆ ହଠାତ୍ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । କିଛି ଲୋକ ତୁରନ୍ତ ନିଆଁ ଲିଭାଇବା ସହିତ ବଡ଼ଗଡ଼ ପୁଲିସ୍‌କୁ ଖବର ଦେଇଥିଲେ । ତା’ ସହିତ ପୁନିଆଙ୍କୁ ଡାକ୍ତରଖାନା ନେବାକୁ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ସ୍ଥାନୀୟ ଯୁବକ ସଂଘ ଏକ ଗାଡ଼ି ଯୋଗେ ପୁନିଆଙ୍କୁ ବଡ଼ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ପୁନିଆଙ୍କ ଶରୀରର ୭୦ ଭାଗ ପୋଡ଼ି ଯାଇଛି।ଅବସ୍ଥା ଗୁରୁତର ଥିବାରୁ ପୁନିଆଙ୍କୁ ବଡ଼ଗଡ଼ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପୁନିଆ କାହିଁକି ଏଭଳି ଏକ ପଦକ୍ଷେପ ନେଲେ, ତାହା ଜଣାପଡ଼ିନାହିଁ। ପୁଲିସ୍ ଘଟଣାର ତଦନ୍ତ କରୁଛି ।ଅନ୍ୟପକ୍ଷରେ ଠିକ୍ ସମୟରେ ୧୦୮ ଆମ୍ବୁଲାନ୍ସ ଗାଁ’ରେ ନପହଞ୍ଚିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । ଲୋକେ ରାସ୍ତାରେ ଟାୟାର ଜାଳି ବିକ୍ଷୋଭ କରିଥିଲେ ।