ମାଣବସା ଗୁରୁବାର ଧନ ଲକ୍ଷ୍ମୀ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

0
96
ମାଣବସା ଗୁରୁବାର

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୨/୧୧) : ମାଣବସା ଗୁରୁବାର ଧନ ଲକ୍ଷ୍ମୀ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ସଦର ମହକୁମା ଡି ପି ଇ ପି କାର୍ଯ୍ୟାଳୟ ସମୁଖରେ ମାଣବସା ଗୁରବାର ଓ ମାଁ ଧନ ଲକ୍ଷ୍ମୀ ପୂଜା ପାଇଁ ହନୁମାନ କ୍ଲବ୍ କଲ୍ୟାଣସିଂହପୁର ପକ୍ଷରୁ ଡିସେମ୍ବର ୧୩ ଠାରୁ ଡିସେମ୍ବର ୨୪ ପ୍ରଯ୍ୟନ୍ତ ଧୁମଧାମରେ ଧନ ଲକ୍ଷ୍ମୀ ପୁଜା ପାଳନ ହେବ । ସେହି ଅବସରରେ ଆଜି ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି । ହନୁମାନ କ୍ଲବର ସଭାପତି କୈଳାସ ଆଚାରି ଉପ ସଭାପତି କାମାକ୍ଷା ପାଢ଼ୀ କାମଚଳା ସଭାପତି ଧନସିଂ ତୀମାକା ସମ୍ପାଦକ ଜି କିରଣ କୁମାର କସାଦକ୍ଷ ପରେମଶ୍ବର ପୂଜାରୀ ଉପଦେଷ୍ଟା ରଞ୍ଜନ ବଲଭାଇ ଏମ ଜିତୁ, କନେଇ ପାତ୍ର ପ୍ରକାଶ ମାର୍ଥା ରାହୁଲ୍ ପ୍ରଧାନୀ ଜୟଦେବ ବାଗ କ୍ଳବ ସମସ୍ତ ମେମ୍ବର  ମାନେ ଉପସ୍ଥିତ ରହିଥିଲେ । ପୁରୋହିତ ବାପିନ ମିଶ୍ର ନୀତି ନିୟମ ଅନୁଯାଇ ପୂଜା ପାଠ କରି ଶୁଭ ଖୁଣ୍ଟି ସ୍ଥାପନ କରିଥିଲେ । କର୍ତ୍ତା ଭାବେ କୋଟା କୋଟେଶ୍ଵର ରାଓ ଶୁଭ ଖୁଣ୍ଟି ସ୍ଥାପନ ପୂଜାରେ ବସି ଶୁଭ ଖୁଣ୍ଟି ସ୍ଥାପନ କରିଥିଲେ ।