ମହିଳା କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସ୍ୱାମୀ ଅଟକ

0
38
ମହିଳା କନେଷ୍ଟବଳଙ୍କ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବୌଦ୍ଧ, (୨୩/୧୧) : ପୁଲିସ କଲୋନୀରେ ମହିଳା କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବୌଦ୍ଧ ସହରର ବୁଟୁପାଲିରେ ଥିବା ପୋଲିସ କଲୋନୀରେ କନେଷ୍ଟବଳ ଚାନ୍ଦ ମେହରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।

ପୁଲିସ ତାଙ୍କ ସ୍ୱାମୀ ସାନନ୍ଦ ମେହେରଙ୍କୁ ଅଟକ ରଖି ପଚରା ଉଚରା ଜାରିରଖିଛି । ସୂଚନା ଅନୁସାରେ ବୌଦ୍ଧ ଥାନାରେ କନେଷ୍ଟବଳ ଭାବେ କାମ କରୁଥିଲେ ଚାନ୍ଦ ମେହେର । ତାଙ୍କର ଆଠ ଓ ପାଞ୍ଚ ବର୍ଷର ଦୁଇ ପୁଅ ଅଛନ୍ତି । ଦୀର୍ଘ ଦିନ ହେବ ସ୍ୱାମୀ ସାନନ୍ଦ ମେହେରଙ୍କ ସହ ତାଙ୍କର ପାରିବାରିକ କଳହ ଲାଗିରହିଥିଲା । ଏହାକୁ ନେଇ ସେ ଚିନ୍ତାରେ ଥିଲେ । ତେବେ ଗତକାଲି ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା । ସେଠାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତରତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ତାଙ୍କ ସ୍ୱାମୀକୁ ଅଟକ ରଖି ପଚରାଉଚରା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି । ପାରିବାରିକ କଳହରୁ ସେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ପୁଲିସ କହିଛି । ତେବେ ଗତକାଲି ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା । ସେଠାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତରତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ତାଙ୍କ ସ୍ୱାମୀକୁ ଅଟକ ରଖି ପଚରାଉଚରା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି । ପାରିବାରିକ କଳହରୁ ସେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ପୁଲିସ କହିଛି ।