ଇଟା ଗଦାରେ ପିଟିହେଲେ ବୋଲେରୋ, ଭିତରେ ଥିଲେ ୮ ଯାତ୍ରୀ

0
44
ଇଟା ଗଦାରେ ପିଟିହେଲେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବୌଦ୍ଧ, (୨୩/୧୧) : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ବାସୁଦେବପାଲି ଛକ ନିକଟରେ ଆଜି ଭୋରରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ଏକ ବୋଲେରୋ ଏକ ଇଟା ଗଦା ସହ ଧକ୍କା ହେବାରୁ ୮ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଆଜି ଭୋରୁ ଭୋରୁ ଭୁବନେଶ୍ୱରରୁ ବଲାଙ୍ଗୀର ଅଭିମୁଖେ ଏକ ବୋଲେରୋ ଯାଉଥିବା ବେଳେ ଭିତରେ ୮ ଜଣ ଥିଲେ । ମାତ୍ର ଦ୍ରୁତ ଗତିରେ ଯାଉଥିବା ଗାଡ଼ିଟି ବାସୁଦେବପାଲି ଛକ ନିକଟରେ ହୋଇଥିବା ବେଳେ ଡ୍ରାଇଭର ଭାରସାମ୍ୟ ହରାଇ ବସିଲେ । ଫଳରେ ଗାଡ଼ିଟି ରାସ୍ତା ପାର୍ଶ୍ୱରେ ଥିବା ଏକ ଇଟା ଗଦା ସହ ପିଟି ହୋଇ ଯାଇଥିଲା । ଫଳରେ ଗାଡ଼ିରେ ବସିଥିବା ଆଠ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଦୁଇଜଣ ଗୁରୁତର ଅଛନ୍ତି । ସମସ୍ତଙ୍କୁ ସୋନେପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ସେମାନେ କେଉଁ ଗାଁ’ର ଏ ପର୍ଯ୍ୟନ୍ତ ପରିଚୟ ମିଳିନାହିଁ । ମନମୁଣ୍ଡା ପୁଲିସ ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରୁଛି ।