ମେଡ଼ିକାଲ୍‌ ପାଇଖାନାରେ ପଡ଼ିଥିଲା ଶିଶୁକନ୍ୟାର ମୃତଦେହ

2
50
ମେଡ଼ିକାଲ୍‌ ପାଇଖାନାରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦ୍ରାପଡା, (୨୩/୧୧) : ମେଡ଼ିକାଲ୍‌ ପାଇଖାନାରେ ପଡ଼ିଥିଲା ଶିଶୁକନ୍ୟାର ମୃତଦେହ । ଏପରି ଅଭିଯୋଗ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସିଛି ।

ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଚଳାଇଛି । ହେଲେ ମୃତ ଶିଶୁ କନ୍ୟା କାହାର, ଜଣାପଡ଼ି ନାହିଁ । ଆଜି ସକାଳେ ସକାଳୁ ମେଡ଼ିକାଲ୍‌ ଅନ୍ତବିଭାଗ ଲାଟିନ୍‌କୁ ଜଣେ କର୍ମଚାରୀ ଯାଇଥିଲେ। ସେହି ସମୟରେ ଶିଶୁ କନ୍ୟାର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । କର୍ମଚାରୀ ଜଣକ ଡାକ୍ତରଙ୍କୁ ସୂଚନା ଦେଇଥିଲେ । ମେଡ଼ିକାଲ୍‌ ପକ୍ଷରୁ ଏନେଇ ଥାନାକୁ ଖବର ଦିଆଯାଇଥିଲା । ପୁଲିସ ମେଡ଼ିକାଲ୍‌ରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି । ସେପଟେ ରାତିରେ ମେଡ଼ିକାଲ୍‌କୁ କୌଣସି ପ୍ରସୂତି ଆସିନଥିବା ଜଣାପଡ଼ିଛି ।

ତେବେ ଏଠି ପ୍ରଶ୍ନ ଉଠୁଛି ମୃତ ଶିଶୁ କନ୍ୟା କାହାର ? କିଏ କାହିଁକି ଓ କେମିତି ଲାଟିନ ପାଖରେ ମୃତଦେହ ପକାଇଲା ? ସବୁଠୁ ବଡ଼ କଥା ହେଉଛି ଇନଡୋରରେ ରାତିରେ ୩/୪ ଜଣ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ଡିୟୁଟିରେ ଥିବା ବେଳେ କେମିତି ଆଉ କିଏ ଆସି ଲାଟିନ୍‌ ଭିତରେ ଶିଶୁ କନ୍ୟାର ମୃତଦେହ ରଖି ପଳାଇଲା ?

2 COMMENTS

Comments are closed.