ଭାରତୀୟ ଜନତା ପାର୍ଟି ତରଫରୁ ପଞ୍ଚାୟତ ସମିତି ଘେରାଉ

0
71
ଭାରତୀୟ ଜନତା

ରିପୋର୍ଟ : ରବି ଶଙ୍କର ମହାପାତ୍ର
କୋରାପୁଟ, (୨୨/୧୧) : କୋରାପୁଟ ଜିଲ୍ଲା ଭାରତୀୟ ଜନତା ପାର୍ଟିର ଶତାଧିକ କର୍ମୀ ଏକ ବିରାଟ ଶୋଭାଯାତ୍ରା ମାଧ୍ଯମରେ ଆସି ବୋରିଗୁମ୍ମା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଘେରାଉ କରିଥିଲେ ।Whatsapp Image 2023 11 23 At 18.08.36

ମନରେଗା ଦୁର୍ନୀତି, ସ୍ୱଚ୍ଛ ଭାରତ ଯୋଜନାରେ ଦୁର୍ନୀତି, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି, ଇତ୍ୟାଦି ବିଭିନ୍ନ ଯୋଜନାରେ ଦୁର୍ନୀତି ବିରୁଦ୍ଧରେ ସ୍ଲୋଗାନ ଦେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିକ୍ରମ କୁମାର ଦୋରାଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏହି ଆନ୍ଦୋଳନରେ ଭାରତୀୟ ଜନତା ପାର୍ଟିର ନେତା ଗୌତମ ସାମନ୍ତରାୟ,ଭାସ୍କର ଭଟ୍ଟ, ବୈଦ୍ୟ ମିଶ୍ର, ହିମାଂଶୁ ମହାପାତ୍ର, ମହିଳା ନେତ୍ରୀ ସୁରଭି ପାଣି, ଯୁବମୋର୍ଚ୍ଚା ସଭାପତି ସାବନ ମହାନ୍ତି, ବୋରିଗୁମ୍ମା ମଣ୍ଡଳ ସଭାପତି ରାଜ ସିଂ, ଶଶାହାଣ୍ଡି ମଣ୍ଡଳ ସଭାପତି ରାଜା ରାଓ, କୁମୁଲି ମଣ୍ଡଳ ସଭାପତି କୈବର୍ତ୍ତ କିଶୋର ସାମନ୍ତରାୟ, ଶିବାଜୀ ପଟ୍ଟନାୟକ, ମୀନକେତନ ଦାଶ ପ୍ରମୁଖ ବିକ୍ଷୋଭରେ ସାମିଲ ହୋଇଥିବା ଜଣା ପଡିଛି ।

ତେବେ ସମ୍ଭବତଃ ଧାନ ଅମଳ ସମୟ ହୋଇଥିବାରୁ ଗାଆଁ ଗହଳୀର ଭାରତୀୟ ଜନତା ପାର୍ଟିର ଅନେକ କର୍ମକର୍ତ୍ତା ଆସି ନ ଥିବା ସତ୍ତ୍ୱେ ନୂତନ କର୍ମକର୍ତ୍ତାଙ୍କ ସମେତ ଶହ ଶହ ଲୋକଙ୍କ ସମାବେଶ ହୋଇ ଥିବାରୁ ପ୍ରଶାସନକୁ ପୁଲିସର ଆଶ୍ରୟ ନେବାକୁ ପଡ଼ିଥିଲା । କିଛି ସମୟ ବିଜେପି କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା, ପରିଶେଷରେ ବିଡିଓ ବିକ୍ରମ କୁମାର ଦୋରା ସ୍ମାରକ ପତ୍ର ଗ୍ରହଣ କରିବା ପରେ ସଭା ଭଙ୍ଗ ହୋଇଥିଲା ।