କାଠ ମାଫିଆଙ୍କ ଆକ୍ରମଣରେ ମହିଳା ଗୁରୁତର

0
33
କାଠ ମାଫିଆଙ୍କ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦ୍ରାପଡା, (୦୨/୧୨) : ପଟ୍ଟାମୁଣ୍ଡାଇରେ ମାତିଛନ୍ତି କାଠ ମାଫିଆ । ବେଆଇନ ଭାବେ ସରକାରୀ ଜଙ୍ଗଲ ଜମି ଅନାବାଦୀ ଗୋଚରରୁ ଗଛ କାଟି ହେଉଛନ୍ତି ମାଲେମାଲ ।

ପ୍ରତିବାଦ କରିବାରୁ ଅସହାୟ ମହିଳାଙ୍କୁ କରୁଛନ୍ତି ଆକ୍ରମଣ । ଯାହାକୁ ନେଇ ପଟ୍ଟାମୁଣ୍ଡାଇରେ ତେଜୁଛି ଅସନ୍ତୋଷ । ସୂଚନା ଅନୁଯାଇ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବାଲିପଡା ଗାଁ’ର ଉର୍ମିଳା ମଲ୍ଲିକ ଗ୍ରାମ ଜଙ୍ଗଲରୁ ପତ୍ର ଓ କାଠ ସଂଗ୍ରହ କରିବା ପାଇଁ ଆସିଥିଲେ । କାଠ ମାଫିଆ କଳ୍ପତରୁ ମଲ୍ଲିକ ବୁଧବାର ମଧ୍ୟାହ୍ନରେ ଗଛକାଟୁଥିବା ଦେଖି ଉର୍ମିଳା ପ୍ରତିବାଦ କରିବାରୁ କଳ୍ପତରୁ ଉର୍ମିଳାଙ୍କୁ ଏକ କାଠ ଫାଳିଆରେ ଆକ୍ରମଣ କରିଥିଲେ । ଉର୍ମିଳା ଚିତ୍କାର କରିବାରୁ ଗ୍ରାମବାସୀ ଏକଜୁଟ ହୋଇ ଉର୍ମିଳାଙ୍କୁ ଉଦ୍ଧାର କରିବା ସହ କଟା ହୋଇଥିବା ଗଛ ଜବତ କରି ପଟ୍ଟାମୁଣ୍ଡାଇ ଥାନା ଓ ତହସିଲଦାରଙ୍କୁ ଖବର ଦେଇଥିଲେ । ଖବର ପାଇବା ପରେ ପଟ୍ଟାମୁଣ୍ଡାଇ ତହସିଲଦାର କଟାଯାଇଥିବା ଗଛ ଜବତ କରିବା ପରେ ମଧ୍ୟ ଗ୍ରାମରେ ଉତେଜନା ଲାଗିରହିଛି । ଅନ୍ୟ ପକ୍ଷରେ ଉର୍ମିଳାଙ୍କୁ ନ୍ୟାୟ ମିଳିବା ସହ କାଠ ମାଫିଆ କଳ୍ପତରୁ ଓ ତାର ସହଯୋଗୀଙ୍କୁ ଗିରଫ କରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।