ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ

0
39
ସମନ୍ଵିତ ଯୁବ ବିକାଶ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୪/୧୧) : ନୂତନ ଉନ୍ନତ ଅଭିଳାଷ – ଓ ଦ୍ଵାରା ପ୍ରାୟୋଜିତ ତଥା ସ୍କୁଲ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଗୁଣପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ଵାରା ପାଞ୍ଚଦିନ ବ୍ୟାପି ଚାଲିଥିବା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ଉଦଯାପନ ଉତ୍ସବ ପାଳିତ ହୋଇଯାଇଛି ।Whatsapp Image 2023 11 24 At 17.29.18

ତିନୋଟି ପର୍ଯ୍ୟାୟରେ ଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯଥା- ସାମାଜିକ ସଚେତନତାମୂଳକ କାର୍ଯ୍ୟକ୍ରମ, ଖେଳ ଓ ସାଂସ୍କୃତିକ କାର୍ଯ୍ୟକ୍ରମ । ଏ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗୁଣପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଲଳିତ କୁମାର କହଁର ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଗୁଣପୁର ତହସିଲଦାର ଲୀଳାବତୀ ଆଚାର୍ଯ୍ୟ,ଆସିଷ୍ଟାଣ୍ଟ କଲେକ୍ଟର ସତ୍ୟଜିତ ନାୟକ, ଗୁଣପୁର ଆଦର୍ଶ ଥାନା ଅଧିକାରୀ ଶ୍ରୀଯୁକ୍ତ ଉତ୍ତମ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଛାତ୍ରଛତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ମଞ୍ଚାସିନ ଅତିଥି ମାନେ ଏହି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କ ମାନସିକ , ବୌଧିକ ତଥା ଶାରିରୀକ ବିକାଶ ସମ୍ଭବ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । କାର୍ଯ୍ୟକ୍ରମଗୁଡ଼ିକ ଅଧ୍ୟକ୍ଷ ଶଶୀଭୂଷଣ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।

ଅଧ୍ୟକ୍ଷ ଏହି କାର୍ଯ୍ୟକ୍ରମ ପାଇଁ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ । ଏ କାର୍ଯ୍ୟକ୍ରମର ନୋଡ଼ାଲ ଅଫିସର୍ ଅମୀୟ ରଞ୍ଜନ ମହାନ୍ତି କାର୍ଯ୍ୟକ୍ରମର ବିବରଣୀ ପାଠ କରିଥିଲେ । ପ୍ରାଧ୍ୟାପକ ଡକ୍ଟର ଜୱାହାରଲାଲ ଚୌଧୁରୀ ନୂଆ-ଓ ସଂପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଅଧ୍ୟାପକ ଜଗନ୍ନାଥ ଦୀପ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ପ୍ରାଧ୍ୟାପକ ଡକ୍ଟର ସୂର୍ଯ୍ୟନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଦୀର୍ଘ ପାଞ୍ଚଦିନର ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ଦେବୀଶ୍ରୀ ମହାପାତ୍ର, ନମିତା ମୁଦୁଲି, ବନ୍ଦିତା ଧୁରୁଆ, ଅପରାଜିତା ପାଣ୍ଡେ, ଅଧ୍ୟାପିକା ଡକ୍ଟର ଦୀପିକା ପଟ୍ଟନାୟକ, ଚିତ୍ରା ମିଶ୍ର, ରଞ୍ଜୁମା ପ୍ରଧାନ, ଅଧ୍ୟାପକ ଡକ୍ଟର ସତ୍ୟବାନ ଗରଡ଼, ପ୍ରିୟବ୍ରତ ମହାକୁର, ଲକ୍ଷ୍ମଣ ଶବର, ଜୀତେନ୍ଦ୍ର ବଡମୁଣ୍ଡି , ଗୋକୁଳାନନ୍ଦ ସାହୁ, ଏବ୍ରି ରଇତ, ତାମିଲା ପାରାସେଠ୍, ପୁକିଆ ମିନାକା, ବିକାଶ ରଞ୍ଜନ ଭୂୟାଁ, ଅଗାଧୁ ଶବର, ଶ୍ୟାମସୁନ୍ଦର ମହନ୍ତ, ଅଧ୍ୟାପିକା ସୁନିତା ଗୋମାଙ୍ଗୋ, ସସ୍ମିତା ରଥ, ସସ୍ମିତା ମିଶ୍ର ଓ ଜ୍ୟୋସ୍ନାରାଣୀ ମିଶ୍ର ପ୍ରମୁଖ ପ୍ରତ୍ୟକ୍ଷ ସାମିଲ ହୋଇ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ବିଭିନ୍ନ ପ୍ରତିଯୋଗିତାସବୁକୁ ସଫଳ ଭାବରେ ଅନୁଷ୍ଠିତ କରିଥିଲେ । ଅଧ୍ୟାପକ ଜ୍ୟୋତି ରଞ୍ଜନ ପଟ୍ଟନାୟକ, ସତିଶ କୁମାର ପଟ୍ଟନାୟକ ଓ ପ୍ରସନ୍ନ ମିଶ୍ର ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀମାନେ ଯଥା- ଅଂଶୁମାନ ପଟ୍ଟନାୟକ, ହଡ଼ିପା ଲୋକେଶ, ଲିପ୍ସା ରାଣୀ ରାଉଳ, ଅଞ୍ଜୁ ଶବର, ସାଗର ରାଉତ, ଆର୍ ଦେବିପ୍ରସାଦ, ମାଧବ ପାତ୍ର, ଗିଫ୍ଟ ପ୍ରିନ୍ସ ଖରା, ଅଞ୍ଜନା ପ୍ରଧାନ, କାନୁନ୍ ବେବର୍ତ, ପପୁନ ରାଜୁ, ରିତନ୍ ନାୟକ ଇତ୍ୟାଦି କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ପୂର୍ଣ୍ଣ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଏବଂ ସ୍ବେଚ୍ଛାସେବୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସର୍ବାଧିକ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ଲିପ୍ସାରାଣୀ ରାଉଳ ଓ ଛାତ୍ର ଏସ୍ ବିନୋୟୀ ଉଭୟଙ୍କୁ ଚାମ୍ପିଅନ ଭାବରେ ପୁରସ୍କୃତ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ ଗୀତ ଓ ନୃତ୍ୟ ପରିବେଷିତ ହୋଇଥିଲା ।