ଜି.ଆଇ.ଇ.ଟି ବିଶ୍ଵବିଦ୍ୟାଳୟ ଅଧିନସ୍ଥ କୃଷି ମହାବିଦ୍ୟାଳୟ ପକ୍ଷରୁ ଛତୁ ଚାଷ ପ୍ରଶିକ୍ଷଣ ଶିବିର

0
44
ଜି.ଆଇ.ଇ.ଟି ବିଶ୍ଵବିଦ୍ୟାଳୟ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୨୪/୧୧) : ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ଅଧିନସ୍ଥ କୃଷି ମହାବିଦ୍ୟାଳୟର ଅଡିଟୋରିୟମରେ ଛତୁ ଚାଷ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।Whatsapp Image 2023 11 24 At 17.29.19

ଏହି ଶିବିରରେ ଗୁଣୁପୁର ନିକଟସ୍ତ ସିରିଝୋଲି ପଞ୍ଚାୟତର ଦଶମନ୍ତପୁର ଗ୍ରାମର ୪ ଗୋଟି ସ୍ବୟଂସହାୟକ ଗୋଷ୍ଠୀ ଏହି ଶିବିରରେ ଭାଗ ନେଇଥିଲେ । ଏହି ଅବସରରେ ଅନୁଷ୍ଠାନର ଡିନ ପ୍ରଫେସର ସନ୍ତୋଷ କୁମାର ପଣ୍ଡା, ପ୍ରଫେସର ମନୋରଂଜନ ମହାପାତ୍ର, ଆସିଷ୍ଟାଣ୍ଟ ଡିନ ଅଶୋକ କୁମାର ମିଶ୍ର, ଡ ହର ପ୍ରସାଦ ମିଶ୍ର ଏବଂ ପ୍ରଫେସର ଡ କୈଳାଶ ବିହାରୀ ମହାପାତ୍ର ପ୍ରମୁଖ ମଞ୍ଚାସିନ ହୋଇ ଛତୁ ଚାଷ କରି ନିଜେ କିପରି ସ୍ୱାବଲମ୍ବୀ ହୋଇପାରିବ ସେ ନେଇ କହିଥିଲେ ।

ଅନୁଷ୍ଠାନର ଛତୁ ବିଶେଷଜ୍ଞ ପ୍ରଫେସର ଡ କୈଳାଶ ବିହାରୀ ମହାପାତ୍ର ବିଭିନ୍ନ କିସମର ଛତୁ ଚାଷ ଯଥା ପାଳ ଛତୁ, ଶାମୁକା ଛତୁ, ଦୁଧ ଛତୁ ଓ ବୋତାମ ଛତୁ କିପରି ମହିଳା ଚାଷୀ ମାନେ ଏହାକୁ ନିଜର ଜୀବିକା ହିସାବରେ ଆପଣେଇପାରିବେ ସେ ନେଇ ତାଲିମ ପ୍ରଦାନ କରିଥିଲେ । ପରେ ଛତୁ ଉତ୍ପାଦନ କେନ୍ଦ୍ରକୁ ମହିଳା ସଂଘର ମହିଳା ପରିଦର୍ଶନ କରି ଚାଷ ପ୍ରଣାଳୀ ଶିଖିଥିଲେ । ଏଥିରେ ବିଭାଗର ଅଧ୍ୟାପିକା ରିନୀ ସ୍ୱାଇଁ, ମମତା ବେହେରା, ମିତା ମେହେର, ଅଧ୍ୟାପକ ଅନମଲ୍ ପଣ୍ଡା, କ୍ଷୀରୋଦ ସାହୁ, ଦୀପକ କୁମାର ,ପ୍ରଫେସର ଅଧ୍ୟାପକ,ଅଧ୍ୟାପିକା, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।