ଅବକାରୀ ବିଭାଗ ଦ୍ବାରା ୪୨୨୭ କିଗ୍ରା ଚୋରା ଗଞ୍ଜେଇ ପୋଡ଼ି ନଷ୍ଟ

0
56
ଅବକାରୀ ବିଭାଗ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୪/୧୧) : ଡ୍ରଗ ଡିସ୍ପୋଜାଲ୍ କମିଟି, ରାୟଗଡ଼ାଙ୍କ ନିର୍ଦ୍ଦେଶକ୍ରମେ ଗତ ୧୮/୮/୨୨ ରେ ଜବତ ହୋଇଥିବା ୪୨୨୭ କିଲୋଗ୍ରାମ ଚୋରା ଗଞ୍ଜେଇକୁ ଡି ଆଇ ଜି, କୋରାପୁଟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କୋରାପୁଟ ଜିଲ୍ଲାର ନାଲକୋ ଆଲୁମିନା କମ୍ପାନୀ, ଦାମନଯୋଡି ଠାରେ ପୋଡ଼ି ନଷ୍ଟ କରିଦିଆଯାଇଛି ।Whatsapp Image 2023 11 24 At 17.29.17

ଏହି ଚୋରା ଗଞ୍ଜେଇ ନଷ୍ଟ କରିବା ସମୟରେ ଆରକ୍ଷୀ ଅଧିକ୍ଷକ ରାୟଗଡ଼ା ବିବେକାନନ୍ଦ ଶର୍ମା , ଏସ ପି (ଏସ ଟି ଏଫ୍) କେ କେ ପାଣିଗ୍ରାହୀ , ଅବକାରୀ ଅଧିକ୍ଷକ ରାୟଗଡା ଅଭିରାମ ଵେହେରା , ଡି ଏସ୍ ପି (ଏକ ଡି) ପି କେ ପାଣିଗ୍ରାହୀ , ଡେପୁଟି କଲେକ୍ଟର ରାୟଗଡ଼ା ସୂର୍ଯ୍ୟମଣି ଭୋଇ ଙ୍କ ସହ ଅବକାରୀ ବିଭାଗର ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ପ୍ରକାଶ ଥାଉ କି ଉକ୍ତ ଗଞ୍ଜେଇ ଗତ ୧୮/୮/୨୨ ରେ ରାୟଗଡ଼ା ଥାନା ଅର୍ନ୍ତଗତ ବାରିଝୋଲା ରହିତ କଲୋନୀ ଛକ ନିକଟରେ ଏକ ଟ୍ରକ ଯୋଗେ ଚୋରା ଚାଲାଣ ସମୟରେ ଅବକାରୀ ଭ୍ରାମ୍ୟମାଣ ସଂସ୍ଥା, ରାୟଗଡ଼ାଙ୍କ ଦ୍ୱାରା ଜବତ କରାଯାଇଥିବା ବେଳେ ଉତ୍ତରପ୍ରଦେଶର ଦୁଇଜଣ ଆସାମୀକୁ ଗିରଫ କରାଯାଉ କୋର୍ଟ ଚାଲାଣ କରାଯାଇଥିଲା ବୋଲି ଅବକାରୀ ଅଧିକ୍ଷକ ଅଭିରାମ ଵେହେରା ସୂଚନା ଦେଇଛନ୍ତି ।